ଜନଶକ୍ତି ପାର୍ଟି ପକ୍ଷରୁ ସ୍ମାରକପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ଗତ ବନ୍ୟାରେ ୨ ଲକ୍ଷରୁ ଅଧିକ ବିପନ୍ନ ପାଣି ଘେରରେ ଥିବା ବେଳେ ପରବର୍ତୀ ଲଗାତର ଲଘୁଚାପ ବର୍ଷା ହେତୁ ଏ ଯାଏ ଦୁର୍ଦ୍ଦଶାରେ ସଢୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ କାଳରେ ପ୍ରଶାସନ ପକ୍ଷରୁ ତ୍ୱରିତ୍ ରିଲିଫ ଯୋଗାଇବା ଫେଲ୍ ମାରିଥିଲା । ସପ୍ତାହେରୁ ଅଧିକ ସମୟ ଲୋକେ ଭୋକ ଉପାସରେ ବିତାଇବା ସତ୍ୱେ ପ୍ରଶାସନ ଏ ଯାଏଁ ଚେତି ନଥିବା ଜନଶକ୍ତି ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ଗତ ବନ୍ୟାବିଭିଷିକା କାଳରେ ଲୋକଙ୍କୁ ରିଲିଫ ଯୋଗାଇବାରେ ପ୍ରଶାସନ ସଂପୂର୍ଣ୍ଣ ବ୍ୟର୍ଥ ହୋଇଥିଲା । ବିପନ୍ନ ପରିବାର ମାସେରୁ ଅଧିକ କାଳ ପାଣି ଘେରରେ ଥିବା ବେଳେ ପରିବାର ପିଛା ମାତ୍ର ୨୫୦ ଗ୍ରାମ ଚୁଡା ଦେଇ ପ୍ରଶାସନ ତାର ଦାୟିତ୍ୱ ସାରି ଚୁପ୍ ବସିଛି । ବନ୍ୟାପରେ ଲଗାଣ ବର୍ଷାରେ ଜିଲ୍ଲାର ତଳିଆ ଅଂଚଳର ଦୁର୍ଦ୍ଦଶା ଯଥାରିିିତି ରହିଛି । ଲୋକ ଭୋକ ଉପାସରେ ରହୁଛନ୍ତି । କିନ୍ତୁ ବିଭିନ୍ନ ସମୟରେ ବସ୍ତା ବସ୍ତା ଚୁଡା ଗୁଡ ପଡି ରହି ପୋକ ଖାଉଛି । ଏଣୁ ଏ ଘଟଣାରେ କ୍ଷୋଭ ପ୍ରକାଶ କରି ଉକ୍ତ ରିଲିଫ ସାମଗ୍ରୀ ତୁରନ୍ତ ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ ବଂଟନ କରିବାକୁ ଦାବୀ କରି ଜନଶକ୍ତି ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ପ୍ରଦୀପ କୁମାର ଦାଶ, ସମ୍ପାଦକ ସୁବାସ ଚନ୍ଦ୍ର ରାଉତ, ଶ୍ରମିକ ସଂଘ ନେତା ରମେଶ ଚନ୍ଦ୍ର ଥାଟୋଇ, ଦଳିତ ନେତା ଶାନ୍ତନୁ କୁମାର ନାୟକ, ଅମର ବିଶ୍ୱାଳ, ପ୍ରହ୍ଲାଦ ମାହାଳି, ସେକ ମହସିନ ଓ ରାଜ୍ୟ ଦଳିତ ସଂଘ ସଭାପତି ଦିଲ୍ଲୀପ ଜେନା ସମେତ ଆଇନଜୀବି ଗଗନ ରାଉତ, ଅରୁଣ ମହାପାତ୍ର ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରିଲିଫକୋର୍ଡ ସଂଶୋଧନ ଓ ଅଡିଟ୍ ବ୍ୟବସ୍ଥା ଲାଗୁ କରାଯାଇ ପ୍ରତି ବ୍ଲକରେ ଗଦା ହୋଇ ରହିଥିବା ରିଲଫ ସାମଗ୍ରୀକୁ ନିର୍ଦ୍ଦିଷ୍ଟ ମଧ୍ୟରେ ବଂଟନ ନିମନ୍ତେ ସଭାପତି ଶ୍ରୀ ଦାଶ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ