ଅନ୍ଧାରରେ ଦିନ କାଟୁଛନ୍ତି ମାଣିକପାଟଣା ସାହିବାସିନ୍ଦା

ଛତ୍ରପୁର : ଗତ ଦୁଇତାରିଖ ପବିତ୍ର ଗଣେଷ ପୂଜା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରହି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଆଜି ଖଲିକୋଟ ବ୍ଲକ ଅନ୍ତର୍ଗତ ମାଣିକପୁର ଗ୍ରାମ ପଞ୍ଚାୟତର ମାଣିକପୁର ଗ୍ରାମର ମାଣିକପାଟଣା ସାହିର ୫୦/୬୦ ପରିବାର ଛତ୍ରପୁର ସ୍ଥିତ ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା, ଶିଶୁ ଓ ପୁରୁଷ ମାନେ ବସିରହିଥିଲେ । ସାଉଥକୋ ନିର୍ବାହୀଯନ୍ତ୍ରୀ ଅନୁପସ୍ଥିତ ଥିବା ହେତୁ ସେମାନେ ଅସାହୟ ହୋଇ ପଡିଥିଲେ । ଅଫିସ ରହିଥିବା କିଛି ବାବୁ ମାନଙ୍କୁ ଏ ସଂପର୍କ କାକୁରତି ବିନତୀ ହୋଇ କହୁଥିବାର ଦେଖିବାକୁ ମିଳିଥିଲ।। ସୂଚନା ଯୋଗ୍ୟ ଯେ ମାଣିକପାଟଣା ସାହିରେ ରହିଥିବା ବିଦ୍ୟୁତ୍ ଟ୍ରାନସ୍ ଫମ ବାରମ୍ବାର ପୋଡି ଯାଉଥିବା ହେତୁ ସାହି ବାସିନ୍ଦା ମାନେ ବିଦ୍ୟୁତ୍ ପାଇବାରୁ ବହୁ ଦିନଧରି ବଞ୍ଚିତ ହୋଇଛନ୍ତି । ଏନେଇ ସାହି ବାସିନ୍ଦା ମାନେ ବିଦ୍ୟୁତ୍ କର୍ତ୍ତୃପକ୍ଷଙ୍କୁ ଏସଂପର୍କ ଜଣାଇଥିଲେ ସୁଦ୍ଧା ଏହାର କୈାଣସି ସମାଧାନ ହେଉନି । ଗତ ଜୁଲାଇ ୨୫ତାରିଖ ଦିନ ୧୬କେଭି ଟ୍ରାନସଫମ ଲାଗିଥିଲେ ସୁଧା ସେପ୍ଟମ୍ବର ୨ତାରିଖ ଦିନ ପୁଣି ପୋଡିଯାଇଥିଲା । ଯାହାଫଳରେ ପୁଣି ସାହି ବାସିନ୍ଦା ବିଦ୍ୟୁତ୍ ଆଲୋକରୁ ଦୂରେଇ ରହିଛନ୍ତି । ଏଥିସକାଶେ ଏହାର ସ୍ଥାୟୀ ସମାଧାନ ପାଇଁ ଆଜି ହଜାର ହଜାର ଟଙ୍କା ଖର୍ଚ୍ଚ ଅଟୋ ଭଡାଦେଇ ୫୦/୬୦ପରିବାର ନିର୍ବାହୀଯନ୍ତ୍ରୀ ଜଣାଇବାକୁ ଆସିଥିବା ବେଳେ ନିର୍ବାହୀ ଯନ୍ତ୍ରୀ ନଥିବାର ଦେଖି ସେମାନେ ଭାଙ୍ଗି ପଡିଥିଲେ । ଦିନତମାମ କାର୍ଯ୍ୟାଳୟ ପରିସରରେ ମାଣିକପାଟଣା ସାହି ବାସିନ୍ଦା ମାନେ ରହିଥିବା ବେଳେ ଏନେଇ ଅଫିସ ଜଣେ ଅଫିସର ସେମାନଙ୍କୁ କହିଥିଲେ ଯେ ଗତକାଲି ଆପଣଙ୍କ ଗାଁକୁ ଯାଇ ଏହାର ସମାଧାନ କିପରି ହୋଇପାରିବ ସେଥି ଦୃଷ୍ଟି ଦିଆଯିବ ବୋଲି କହିଥିଲେ । ଏହା ପରେ ସେମାନେ ନିରାଶ ହୋଇ ନିଜ ଗାଁକୁ ସନ୍ଧ୍ୟାରେ ଫେରିଯାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ