ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବେଲଗୁଣ୍ଠାରେ ପିଙ୍କି ପ୍ରଧାନ

ବେଲଗୁଣ୍ଠା ,(ଯୁଗାବ୍ଦ ନୁ୍ୟଜ୍) : ବିଜେପିର ବେଲଗୁଣ୍ଠା ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଓ ରାଜ୍ୟ ମୁଖପାତ୍ର ଜୀବନ କୁମାର ସାହୁ ଗାଙ୍ଗପୁର ଗସ୍ତ କରି ବରିÂ ବିଜେପି ନେତା ନୀଳମଣି ବିଷୋୟୀଙ୍କ ବାସଭବନରେ ବେଲଗୁଣ୍ଠା ବ୍ଲକର ୧୮ ଟି ପଂଚାୟତ ପାଇଁ ସଭ୍ୟ ସଂଗ୍ରହ ଆଲୋଚନା କରିଥିଲେ । ଏହା ସହ ଲୋକଙ୍କ ସହ ଜଡିତ ହୋଇ ବିଜେପିର ସଂଗଠନକୁ ମଜବୁତ କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଗାଙ୍ଗପୁର ସଂରପଞ୍ଚ ସୁରେନ୍ଦ୍ର ଡାକୁଆ ,ନାଟେଙ୍ଗା ସରପଂଚ ଚିନ୍ତାମଣି ସ୍ୱାଇଁ ,ଯୁବନେତା ରଂଜନ ରାଉତ ,ଶାସନ ସରପଞ୍ଚ ପ୍ରତିନିଧି ସଂଞ୍ଜୟ ପ୍ରଧାନ ,ସମିତି ସଭ୍ୟ ଓ କର୍ମୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ