ବ୍ରହ୍ମପୁର ରେ ଶ୍ରମକାର୍ଡ ପ୍ରଦାନ
(ଯୁଗାବ୍ଦ ନ୍ୟୁଜ )ବ୍ରହ୍ମପୁର କାଳୁଆ ମନ୍ଦିର ରେ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ୨୦୦ ନିର୍ମାଣ ଶ୍ରମିକ ମାନଙ୍କୁ ଲେବର କାର୍ଡ ପ୍ରଦାନ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ , ସୁବାଶ ମହାରଣା ଓ ଜିଲ୍ଲା ଶ୍ରମ ଅଧିକାରୀ ବାବୁଚରଣ ପାତ୍ର ଅତିଥି ଭାବେ ଯୋଗଦେଇ ଥିବା ସହ ବହୁ ଶ୍ରମିକ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ପୂର୍ବତନ କର୍ପୋରେଟର ସଂଘମିତ୍ରା ଦଳେଇ ଆୟୋଜନ କରିଥିଲେ ।


