ମଥୁରାରେ ମୋଦିଙ୍କ ପ୍ଲାଷ୍ଟିକ୍ ମୁକ୍ତ ଭାରତ ମିଶନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଥୁରାରେ ପ୍ଲାଷ୍ଟିକ୍ ମୁକ୍ତ ଭାରତ ମିଶନର ଶୁଭାରମ୍ଭ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ଏକ ପଶୁ ଆରୋଗ୍ୟ ମେଳାରେ ଯୋଗ ଦେଇ ଉପସ୍ଥିତ ଡାକ୍ତରଙ୍କୁ ଆଧୁନିକ ଚିକତ୍ସା ପଦ୍ଧତି ସମ୍ପର୍କରେ ଉପଯୋଗୀ ସୂଚନାର ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗିରିରାଜ ସିଂ, ଗଜେନ୍ଦ୍ର ସିଂ ଶେଖାୱତ୍, ସଞ୍ଜିବ୍ ବାଲିୟାନ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ବର୍ଜ୍ୟ ପଦାର୍ଥରୁ ପ୍ଲାଷ୍ଟିକ୍ ଅଲଗା କରୁଥିବା ମହିଳାଙ୍କୁ ମଧ୍ୟ ଭେଟିଛନ୍ତି । ସେମାନଙ୍କ ସାମାଜିକ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ବେଶ୍ ତାରିଫ୍ ମଧ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ