ୟୁପିଇଆରସି ନିଷ୍ପତି ଶକ୍ତି ଆବଶ୍ୟକ କରୁଥିବା ଶିଳ୍ପ ସଂସ୍ଥାର ବିକାଶ ପାଇଁ ଅପରିହାର୍ଯ୍ୟ

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ): ଦେଶର ଆର୍ଥିକ ବିକାଶ ବିଶ୍ୱସ୍ତରରେ ଏକ ସ୍ୱତନ୍ତ ସ୍ଥାନ ହାସଲ କରିପାରିଛି । ଆର୍ଥିକ ବିକାଶ କ୍ଷେତ୍ରରେ ବିକଳ୍ପ ଶକ୍ତି ଉତ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୨୦୨୨ ସୁଦ୍ଧା ଭାରତ ୧୭୫ ଗିଗାୱାଟ୍ ବିକଳ୍ପ ଶକ୍ତି ଉତ୍ସ ଉତ୍ପାଦନ ଲକ୍ଷ୍ୟ ରଖିଛି । ତେଣୁ ଆର୍ ପିଓ ନିୟାମକ ଆଧାରରେ ସମସ୍ତ ଉପଭୋକ୍ତା ବିକଳ୍ପ ଶକ୍ତି ଉତ୍ସରୁ ଶକ୍ତି କିଣିବାର ଆବଶ୍ୟକତା ରହିଛି ।ଆରପିଓ କାର୍ଯ୍ୟଧାରା ୨୦୧୦ଠାରୁ ବିକଳ୍ପ ଶକ୍ତି ଉତ୍ସର ପ୍ରୋତ୍ସାହନ ପାଇଁ ଆରମ୍ଭ ହୋଇଛି । ତେବେ ଓଡ଼ିଶା ଭଳି ରାଜ୍ୟରେ ପ୍ରର୍ଯ୍ୟାପ୍ତ ବିକଳ୍ପ ଶକ୍ତି ଉତ୍ସ ଉପଲବ୍ଧ ହେଉନାହିଁ । ତେବେ ମଧ୍ୟ ରାଜ୍ୟରେ ଆର୍ଇ ଡ୍ରପିଂ ସର୍ବନିମ୍ନ ୨.୪୫ ଟଙ୍କା ରହିଛି । ଏହାକୁ ଗ୍ରୀଡ୍ ପାରିଟି ମଧ୍ୟ କୁହାଯାଇଥାଏ  ବିଭିନ୍ନ ଶିଳ୍ପ ସଂସ୍ଥା ଆରପିଓ ନିୟାମକ ଗ୍ରହଣ କଲେ ପାଖାପାଖା ଲକ୍ଷାଧିକ ଲୋକଙ୍କୁ ନୂତନ ନିଯୁକ୍ତି ମିଳିପାରିବ । ଏହାଦ୍ୱାରା ୩୦,୦୦୦ରୁ ଅଧିକ ପ୍ରତ୍ୟେକ୍ଷ ନିଯୁକ୍ତି ଏବଂ ୪ ଲକ୍ଷରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ରାଜ୍ୟର ଆଲୁମିନିୟମ୍ ଶିଳ୍ପ ନିରନ୍ତର ଶକ୍ତି ଆବଶ୍ୟକ କରିଥାଏ । ତେବେ ଏକ୍ଷେତ୍ରରେ ସୌର ଶକ୍ତି ଏବଂ ପବନ ଶକ୍ତି ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ଏହା ସ୍ଥାନୀୟ ପାଣିପାଗ ସ୍ଥିତି ଊପରେ ନିର୍ଭର କରିଥାଏ । ରାଜ୍ୟର ଭାରି ଶିଳ୍ପ ସଂସ୍ଥା ଗୁଡ଼ିକ ଆରଇ ପେପର ସାର୍ଟିଫିକେଟ୍ କିଣିବା ଦ୍ୱାରା ଶକ୍ତି ଖର୍ଚ୍ଚ ୧୦-୧୫% ବୃଦ୍ଧି ପାଇବା ସହିତ ଉତ୍ପାଦନ ଖର୍ଚ୍ଚର୍ ଟନ୍ ପିଛା ୬୦ ଡଲାରରୁ ଟନ୍ ପିଛା ୧୦୦ଡଲାର ବୃଦ୍ଧି ପାଇବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ