ରାସ୍ତା ଅବରୋଧ କରିବା ବିରୁଦ୍ଧରେ ଥାନାରେ ଏତଲା

ବାଲିକୁଦା,(ଅନସୂୟା ରାଉତ): ଜଗତସିଂହପୁର ଥାନା ଅନ୍ତର୍ଗତ ଓଡିଶୋ ପଞ୍ଚାୟତର ସାମନ୍ତରାପୁର ଗ୍ରାମରେ ରାସ୍ତା ଅବରୋଧ ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଜଗତସିଂହପୁର ଥାନାରେ ଏତଲା ହୋଇଛି । ଅଭିଯୋଗ ଅନୁଯାୟୀ ଅଭିଯୋଗକାରୀ ଧୂରାରାଣୀ ମହାରଣି, ପ୍ରଶାନ୍ତ ମହାରଣା, କଳ୍ପନା ମହାରଣା, ସନ୍ତୋଷ ମହାରଣା, ମନସ୍ବିନୀ ଓଝା ଆଦିଙ୍କ ଗମନା ରିଜ୍ ମାଇଲି ସମୁହ ରାସ୍ତାକୁ ସେହି ସାହିର ପ୍ରଫୁଲ୍ଲ ମହାରଣା ଓ ତାଙ୍କର ପତ୍ନୀ ଶୋଭା ରାଣୀ ମହାରଣା ଉଦେଶ୍ୟ ମୂଳକ ଭାବେ ଅବରୋଧ କରୁଛନ୍ତି। ଫଳତଃ ସେପଟେ ୩ ଗୋଟି ପରିବାରର ପାଖାପାଖି ୧୦ ଜଣ ଲୋକ ହଟହଟା ହେଉଛନ୍ତି । ଏବାବଦରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଓ କେତେକ ମୁରବି ହସ୍ତକ୍ଷେପ କରି ଏକ ଲିଖିତ ବଣ୍ଟନ ବ୍ୟବସ୍ଥା କରିଥିଲେ । ଯାହାକୁ ସମସ୍ତ ପକ୍ଷ ପାଳନ କରିଥିଲେ । ଏବେ ଉକ୍ତ ଦମ୍ପତ୍ତି ବଣ୍ଟନ ବ୍ୟବସ୍ଥାକୁ ଅବମାନନା କରି ଏପରି ଅମାନବୀୟ ଆଚରଣ କରୁଛନ୍ତି । ଅତୀତରେ ଜିଲ୍ଲା ପୋଲିସ ବାବୁ ଘଟଣା ସ୍ଥଳରେ ପହଞ୍ଚି ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ଲିଖିତ ସମାଧାନ ପତ୍ର ପ୍ରଦାନ କରିଥିଲେ । ମାସକ ପରେ ସେହି ଲିଖିତ ପ୍ରତିଶ୍ରୁତି ଅବମାନନା କରି ଦମ୍ପତ୍ତି ପୁଣିଥରେ ରାସ୍ତା ଅବରୋଧ କରିବାର ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ