ଟିଏସ୍‌ଆରଡିଏସ୍ ପକ୍ଷରୁ ଯୋଡ଼ା ଆରବିସିରେ ‘ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ’ ପାଳିତ

ଯୋଡ଼ା, (ସମୀର କୁମାର ଦାସ): ଟାଟା ଷ୍ଟିଲର କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ ସଂସ୍ଥା ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍‌ଆରଡିଏସ୍‌) ପକ୍ଷରୁ ଯୋଡ଼ାସ୍ଥିତ ବାଳିକା ଆବାସିକ ସେତୁ ପାଠ୍ୟକ୍ରମ (ଆରବିସି) କେନ୍ଦ୍ରରେ ଆଜି ଉତ୍ସାହର ସହିତ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି ।ବାଳିକାମାନଙ୍କ ଅଧିକାର ଓ ସମଗ୍ର ବିଶ୍ୱରେ ବାଳିକାମାନଙ୍କ ଦୈନନ୍ଦିନ ସମସ୍ୟାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ‘ସ୍ପନ୍ଧନ ମହିଳା ସମିତି’ ର ଉପ ସଭାପତି ସୁଶ୍ରୀ ବିନିତା ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ପାଦକ ସୁଶ୍ରୀ ଦେବୋଲିନା ସରକାର ଓ କୋଷାଧ୍ୟକ୍ଷ ସୁଶ୍ରୀ ପଲ୍ଲଭୀ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ବର୍ତ୍ତମାନ ମହାମାରୀ ପରିସ୍ଥିତିରେ ସାମାଜିକ ଦୂରତା ପାଳନ କରି ଛାତ୍ରଛାତ୍ରୀମାନେ ନାଟକ ଓ ‘ବେଟି ପଢାଓ, ବେଟି ବଚାଓ’ ନାମକ ବିଷୟବସ୍ତୁ ଉପରେ ଏକ ଗୀତ ପରିବେଷଣ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ, ଯାହା ଅତିଥିମାନଙ୍କ ଦ୍ୱାରା ବେଶ ପ୍ରଶଂସିତ ହୋଇଥିଲା । ଏଥିରେ କେନ୍ଦ୍ରର କିଛି ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ନିଜ ଅଭିଜ୍ଞତା ବିଷୟରେ କହିଥିଲେ । ମହିଳା ସମିତି ସଦସ୍ୟଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରିବା ସହିତ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।ବର୍ତ୍ତମାନ ୧୯୫ ଜଣ ବାଳିକା ଏହି ବାଳିକା ଆରବିସିରେ ଅଧ୍ୟୟନ କରୁଛନ୍ତି, କିନ୍ତୁ ମହାମାରୀ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ନିଜ ଘରେ ଅଛନ୍ତି । ଅଧିକାଂଶ କ୍ଷେତ୍ରରେ ମୁଖ୍ୟତଃ ଆର୍ଥିକ ଅଭାବ ଭଳି କାରଣରୁ ଅଧାରୁ ବିଦ୍ୟାଳୟ ଛାଡ଼ିଦେଇଥିବା କିମ୍ବା କେବେହେଲେ ବିଦ୍ୟାଳୟ ମାଟି ମାଡ଼ିନଥିବା କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ୍ ଅନ୍ତର୍ଗତ ୧୭ଟି ପଞ୍ଚାୟତର ଛାତ୍ରଛାତ୍ରୀମାନଙ୍କ ପାଇଁ ଆରବିିସି ବରଦାନ ସାବ୍ୟସ୍ତ ହୋଇଛି ।ଏଠାରେ ସୂଚନାଯୋଗ୍ୟ ଯେ, ବାଳିକାମାନଙ୍କୁ ନିଜ ସ୍ୱର ଉତ୍ତୋଳନ କରିବା ସହିତ ନିଜ ଅଧିକାର ପାଇଁ ଛିଡ଼ା ହେବାରେ ସହାୟତା କରିବା ଉଦ୍ଦେଶ୍ୟରେ ୟୁନିସେଫ୍ ପକ୍ଷରୁ ପ୍ରତ୍ୟେକ ବର୍ଷ ଅକ୍ଟୋବର ୧୧ତାରିଖ ଦିନ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ନାମରେ ଏକ ବାର୍ଷିକ ଅଭିଯାନର ଆୟୋଜନ କରାଯାଇଥାଏ । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ମୋର ସ୍ୱର, ଆମର ସମାନ ଭବିଷ୍ୟତ’ । ଚଳିତ ବର୍ଷର ବିଷୟବସ୍ତୁ ବିଶ୍ୱ ମଞ୍ଚରେ ବାଳିକାମାନେ ବିଭିନ୍ନ ବାଧାବିଘ୍ନକୁ ଅତିକ୍ରମ କରିବା ସହିତ ନିଜ ଦକ୍ଷତାକୁ ପ୍ରମାଣିତ କରିବା ଉପରେ ଗୁରୁତ୍ୱାରୋପ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ