ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ସହରରେ ପ୍ରତିଷ୍ଠିତ କଳା,ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ବିଶ୍ୱ ମାନସିକ ସ୍ଵାସ୍ଥ୍ୟ ଦିବସ ତଥା ଏକ ଅବିସ୍ମରଣୀୟ ଦିବସ ୧୦.୧୦.୨୦୨୦ ତାରିଖରେ କୋଭିଡ୍ ଯୋଦ୍ଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷାବିତ୍ ରଘୁନାଥ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ଏସ୍.ଟିକରପଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ଡ.ବିଜୟ ଚନ୍ଦ୍ର ମହାରଣା ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ବଂଶୀଧର ନାୟକ,ସ୍ଵାସ୍ଥ୍ୟ ସ୍ବେଚ୍ଛାସେବୀ ସଂଗଠନର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ, ପିପୁଲ୍ସ କଲେଜ ଅଧ୍ୟାପକ ରବିନ୍ଦ୍ର ନାଥ ପୋଲାଇ ଓ ଯୁବ ଆଇନଜୀବି ହର ପ୍ରସାଦ ଦାଶ ପ୍ରମୁଖ ଯୋଗଦାନ କରି ଶ୍ରୀ ଜଗନ୍ନାଥଙ୍କ ପଦାରବିନ୍ଦରେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ସଂସଦର ସଂପାଦକ ତ୍ରିଲୋଚନ ପଣ୍ଡା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁରେନ୍ଦ୍ର ନାଥ ପାଣି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ କରୋନା ଯୋଦ୍ଧା ଭାବେ ତାଳସାକାର ହାଇ ସ୍କୁଲର କ୍ରୀଡା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର, ସମାଜସେବୀ ଡ.କୁମୁଦ ଚନ୍ଦ୍ର ବେହେରା, ସମାଜସେବୀ ଜାନକୀ ବଲ୍ଲଭ ରାଉତ, ମହାବୀର ମହିଳା ମଣ୍ଡଳ ନାଟ୍ୟଗୁରୁ ପ୍ରମୋଦ କୁମାର ଦାସ, କଳାକାର ପ୍ରକାଶ ଚନ୍ଦ୍ର ବିଷୋୟୀ,ଖୋଳଖାଳି ସରପଞ୍ଚ ସୂର୍ଯ୍ୟମଣି ଗୌଡ ଓ ଆଦର୍ଶ ଶିକ୍ଷକ ଗୁରୁଦେବ ନାହାକ ପ୍ରମୁଖ ୧୦ ଜଣଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ତଥା ସାହିତ୍ୟ ସଂସଦର ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ଏହି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ