ଅବକାରୀ ଯନ୍ତାରେ ମଦମାଫିଆ;ସ୍କୁଟି ସମେତ ୭୦ ଲିଟର ମଦ ଦବତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ କାର୍ଯ୍ୟାଳୟ ଠାରୁ ମାତ୍ର ୧କିମି ଦୂର ଖଡଖାଇ ପୋଲ ନିକଟରେ ରାଇରଙ୍ଗପୁର ଅବକା ମସିହାରେ ସହରୀ ବିଭାଗ ଭାରାପ୍ରାପ୍ତ ଇନ୍ସପେକ୍ଟର ହରିହର ସିଂ ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ମାଷ୍ଟ୍ରେ ସ୍କୁଟିରେ ଯାଉଥିବା ସନ୍ଦିଗ୍ଧ ମଦ ବେପାରୀଙ୍କୁ ଅଟକ ରଖି ଯାଞ୍ଚ କରି ବିଭିନ୍ନ ଡାବୁ ଓ ପାଣି ବୋଟଲରେ ଥିବା ୭୦ ଲିଟର ଦେଶୀମଦ ଜବତ କରିଥିଲା ।ତଦସହ ଚୋରା ମଦ ବେପାରୀ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁଟୁଣୀ ଗ୍ରାମର କାଳି ଚରଣ ମାହାଲିକୁ ଗିରଫ କରି ମାମଲା କେଶ ନଂ ୫୪/୨୦ ପାଇଁ ରୁଜୁ କରିଛି । ସୂଚନାଯୋଗ୍ୟ ଯେ ପିଠାକୁଟୁଣୀ ଜଙ୍ଗଲ ଧାରେ ଚୋରା ଦେଶୀମଦ ରନ୍ଧା ହେଉଛି । ଚୋରା ମଦରେ ବିଷାକ୍ତ ରାସାୟନିକ ଦ୍ରବ୍ୟ ମିଶାଇ ଯାଉଛି ।ଯାହାକୁ ନେଇ ମଦୁଆ ମାନଙ୍କ ଜୀବନ ବିପଦାପନ୍ନ । ଅବକାରୀ ବିଭାଗ ସେଠାରେ ଚଢ଼ାଉ କରିବା ପାଇଁ ସାଧାରଣରେ ଦାବି ହେଉଛି ।ଆଜିର ଚଢ଼ାଉରେ ସୁମନ୍ତ ମହାନ୍ତ, ତ୍ରିବେଣୀ ମହାନ୍ତ,ଅମ୍ବିକା ପ୍ରସାଦ ନାଏକ, ସିଦ୍ଧେଶ୍ୱର ନାଏକ,ବିଜୟ ମହାନ୍ତ,ସଚିପତି ମହାନ୍ତ ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ