ନିଆରା ପ୍ରେମ: ସ୍ତ୍ରୀଙ୍କ ଅସ୍ଥି ସହ ୨୭ବର୍ଷ ହେଲା ରହୁଛନ୍ତି ଭୋଳାନାଥ
ଏକ ନିଆରା ପ୍ରେମ କାହାଣୀ । ପ୍ରେମ ଆଉ ଭଲ ପାଇବାର କାହାଣୀ ତ ଆପଣ ବହୁତ ଶୁଣିଥିବେ ଓ ପଢିଥିବେ ନିଶ୍ଚୟ । ତେବେ ସେ ଲୈଲା-ମଜନୁଙ୍କ କାହାଣୀ ହୋଇଥାଉ କି ହୀର-ରାନ୍ଝା କିମ୍ବା ସୋନୀ-ମାହିବାଲ କିମ୍ବା ମୁମତାଜ- ଶାହାଜାହାନଙ୍କ ପ୍ରେମ କାହାଣୀ । ଏମାନଙ୍କର ଭଲପାଇବା ଦୁନିଆ ପାଇଁ ପ୍ରେମର ଏକ ମିସାଲ ବନିଥିଲା ଏବଂ ଏମାନଙ୍କର କାହାଣୀ ଆଜି ବି ଯୁବପିଢ଼ିଙ୍କ ହୃଦୟରେ ଜିଇଁ ରହିଛି । କିଛି ଏଭଳି ହିଁ ମିସାଲ ଆଗାମୀ ପିଢ଼ିଙ୍କ ପାଇଁ ସୃଷ୍ଟି କରିଛନ୍ତି ବିହାରର ୮୭ ବର୍ଷୀୟ ଭୋଳାନାଥ । ୨୭ ବର୍ଷ ତଳେ ନିଜ ସ୍ତ୍ରୀ ପଦ୍ମାଙ୍କୁ ହରାଇଥିଲେ । ଏପର୍ଯ୍ୟନ୍ତ ତାଙ୍କ ଅସ୍ଥିକୁ ସାଙ୍ଗରେ ନେଇ ସେ ବୁଲୁଛନ୍ତି । ତାଙ୍କର ଏକ ଶେଷ ଇଚ୍ଛା ମଧ୍ୟ ରହିଛି । ମୃତ୍ୟୁ ପରେ ପଦ୍ମାଙ୍କ ଅସ୍ଥିକୁ ମୋ ଛାତି ଉପରେ ରଖି ସଂସ୍କାର କରାଯିବାକୁ ଭୋଳାନାଥ ନିଜ ପିଲାମାନଙ୍କୁ କହିଛନ୍ତି । ବିବାହ ପରେ ମୁଁ ଆଉ ପଦ୍ମା ଦୁହେଁ ସାରା ଜୀବନ ଏକାଠି ରହିବାର ଶପଥ ନେଇଥିଲୁ । କିନ୍ତୁ ଭଗବାନ ତାଙ୍କୁ ଆଗ ନେଇଗଲେ । ତେଣୁ ସେଦିନଠାରୁ ତାଙ୍କ ଅସ୍ଥି ସହ ସାରା ଜୀବନ କଟାଇବାକୁ ନିଷ୍ପତ୍ତି ନେଇଥିଲି ବୋଲି କୁହନ୍ତି ଭୋଳାନାଥ ।