ବାଲେଶ୍ବର ର ବିକାଶ ପାଇଁ କଂଗ୍ରେସ ର ଅବଦାନ ସବୁଠୁ ଶ୍ରେଷ୍ଠ
ବାଲେଶ୍ବର,(ଓ୍ବାଇଏନ୍ଏସ୍): ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ର ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ସେ ଅନ୍ୟ ଦଳର
ପ୍ରାର୍ଥୀଙ୍କ ଠାରୁ ଶିକ୍ଷା , ସମାଜ ବିକାଶ, ସମାଜସେବା , ବାହାର ଦୁନିଆ ବିଷୟରେ ଅବଧାରଣା ଇତ୍ୟାଦି କ୍ଷେତ୍ରରେ ତାଙ୍କର ଅନୁଭବ ଏବଂ ଅନୁଭୂତି ଅନ୍ୟ ଦଳର ପ୍ରାର୍ଥୀ
ମାନଙ୍କଠୁ ଅଧକ । ଦର୍ଶନଶାସ୍ତ୍ର ରେ ସ୍ନାତକ ଡିଗ୍ରୀ ସହିତ ସେ ବି.ଇ.ଡ଼ି. ଡିଗ୍ରୀ ମଧ୍ଯ ହାସଲ କରିଛନ୍ତି । ବେଶ କିଛିଦିନ ଶିକ୍ଷକତା କରିବା ପରେ ସେ ସମାଜସେବାକୁ ଜୀବନର
ବ୍ରତ ଭାବରେ ଆଦରି ନେଇ ଅନେକ ସ୍ପେଛାସେବୀ ସଂଗଠନ ସହିତ ଜଡ଼ିତ ହୋଇ କାର୍ଯ୍ୟ କରିଛନ୍ତି । ବାଲେଶ୍ବର ସହରରେ ମହିଳା ମାନଙ୍କର ସୁରକ୍ଷା ପାଇଁ ଅନେକ କାମ
ହାତକୁ ନେଇଛନ୍ତି । ବିଶେଷକରି ସାହି, ବସ୍ତି ମାନଙ୍କର ଅନ୍ଧାରୁଆ ଜାଗାରେ ଷ୍ଟ୍ରିଟ ଲାଇଟ ଲଗାଇଛନ୍ତି । ମହିଳା ମାନଙ୍କ ଉପରେ ହେଉଥ୍ବା ହିଂସା ଓ ଅତ୍ୟାଚାର
ବିରୋଧରେ ସେମାନଙ୍କୁ ସଂଗଠିତ କରିବା ସହିତ ସେମାନଙ୍କର ଉନ୍ନତି ପାଇଁ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେମାନଙ୍କୁ ସ୍ବାଭିମାନୀ
ଓ ଆତ୍ମନିର୍ଭରଶୀଳ କରିବା ପାଇଁ । ଉଡ଼ାଜାହାଜ ଉଡ଼ାଣ କ୍ଷେତ୍ରରେ ନିୟୋଜିତ ଶ୍ରମିକ ମାନଙ୍କର କଲ୍ୟାଣ ଓ ବିକାଶ ପାଇଁ ସେ ଅନେକ ରଚନାମ୍ବକ କାମ କରିବା ସହିତ
ଜଣେ ସାମାଜିକ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି | ଦେଶ ଭିତରେ ବିଭିନ୍ନ ସହର ଏବଂ ବିଦେଶର ବିଭିନ୍ନ ସ୍ଥାନକୁ ଯାଇଛନ୍ତି ଏବଂ ନିଜର ସାମାଜିକ „
ଅର୍ଥନୈତିକ ଦୃଷ୍ଟିଭଙ୍ଗୀ କୁ ବ୍ୟାପକ କରାଇଛନ୍ତି । ତାଙ୍କର ସମାଜସେବା ସହିତ ରାଜନୀତିରେ ମଧ୍ଯ ରୁଚି ଅଛି । ରାଜନୀତିକୁ ସମାଜସେବାର ଏକ ମାଧ୍ଯମ ଭାବରେ ବିଚାର
କରି ସେ ରାଜନୀତିରେ ଯୋଗ ଦେଇଥ୍ଲେ ଏବଂ ୨୦ ୧ ୪ ମସିହାରେ ଆମ ଆଦମି ପାର୍ଟିରୁ ବାଲେଶ୍ବର ରୁ ସାଂସଦ ପାଇଁ ନିର୍ବାଚନ ଲଢ଼ିଥ୍ଲେ । ନିକଟରେ ସେ କଂଗ୍ରେସ
ଦଳରେ ଯୋଗଦେବା ପରେ କଂଗ୍ରେସ ତାଙ୍କଭଳି ଜଣେ ଉଚ୍ଚଶିକ୍ଷିତା , ସମାଜସେବା , ନାରୀ ସଶକ୍ତିକରଣ ଓ ସାମାଜିକ ଉଦ୍ୟୋଗ କ୍ଷେତ୍ରରେ ନିପୁଣା ପ୍ରାର୍ଥୀଙ୍କୁ ବାଲେଶ୍ବର
ବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଛି । ବାଲେଶ୍ବର ର ଶିକ୍ଷିତ ଓ ସ୍ବାଭିମାନୀ ଭୋଟର ଭାଇ ଭଉଣୀମାନେ ଏଭଳି ଜଣେ ପ୍ରାର୍ଥୀଙ୍କୁ ସାହାଯ୍ୟ , ସମର୍ଥନ ଓ ଆଶୀର୍ବାଦ ସହିତ
ନିର୍ବାଚିତ କରେଇବାକୁ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ, ବାଲେଶ୍ବର ର ପୂର୍ବତନ ବିଧାୟକ
ଶ୍ରୀ ଗୋପନାରାୟଣ ଦାସ , ନଗର କମିଟି ସଭାପତି ଶ୍ରୀ ପଦ୍ମଲୋଚନ ଲେଙ୍କା , ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ , ଜିଲ୍ଲା ମହିଳା କଂଗ୍ରେସ
ସଭାନେତ୍ରୀ ଶ୍ରୀମତୀ ପ୍ରଜ୍ଞା ପାରମିତା ମହାନ୍ତି , ନାରୀନେତ୍ରୀ ବାସନ୍ତୀ ନାୟକ ପ୍ରମୁଖ ନିବେଦନ କରିଛନ୍ତି ବାଲେଶ୍ବର ର ବିକାଶ ଓ ପ୍ରଗତି କ୍ଷେତ୍ରରେ କଂଗ୍ରେସର ଅବଦାନ ତୁଳନାରେ ବିପକ୍ଷ ବିଜେପି ଓ ବିଜେଡ଼ି କୌଣସି ଗୁଣରେ ସମକକ୍ଷ ନୁହଁ । ବାଲେଶ୍ବରକୁ ଶିଳ୍ପ ସମୃଦ୍ଧ କରିବା କ୍ଷେତ୍ରରେ ବିର୍ଲା ଟାୟାର , ବାଲେଶ୍ବର ଇସ୍ସାତ ଆଲଏଜ, ଇମାମି ପେପର ମିଲ ଇତ୍ୟାଦି ବଡ଼ ବଡ଼ ଶିଳ୍ପ ସହିତ ଅନେକ ଶିଳ୍ପାନୁଷ୍ଠାନ ଓ କଳକାରଖାନା କଂଗ୍ରେସ ପ୍ରତିଷ୍ଠା କରିଛି । ବାଲେଶ୍ବର ରେ ମେଡ଼ିକାଲ କଲେଜ ପ୍ରତିଷ୍ଠା , ଏମ୍ର ସାଟେଲାଇଟ ସେଣ୍ଟର , ପବ୍ଲିକ ହେଲଥ ସ୍କୁଲ ଇତ୍ୟାଦି ବାଲେଶ୍ବର ବାସୀଙ୍କ ପାଇଁ କଂଗ୍ରେସ ର ଅବଦାନ ।ତାମୁଳିଆ ଫ୍ଲାଏଃଭର ସହିତ ସୋର ଏବଂ ଜଳେଶ୍ବର ରେ ୨ ଟି ରେଳବାଇ ଓଭରବ୍ରିଜ , ସିପେଟ , ନୋସି ବିଜେନେସ ସେଣ୍ଟର , ସଫ୍ଟସେୟାର ଟେକ୍କୋଲଳି ପାର୍କ,ବାଲେଶ୍ବର ରେ ଓଡ଼ିଶାର ଦ୍ରିତୀୟ ବୃହତମ ଲାଇବ୍ରେରୀ, ବ୍ରିଟ ପ୍ରତିଷ୍ଠା ଇତ୍ୟାଦି କଂଗ୍ରେସର ବାଲେଶ୍ବର ପାଇଁ ଅବଦାନ । ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ ରୁ ବିଜେପି ଓ ବିଜେଡ଼ି ର ପ୍ରାର୍ଥୀ ମାନେ ଅନେକଥର ନିର୍ବାଚିତ ହୋଇଛନ୍ତି କ୍ଷ ଗତ ୨୧ ବର୍ଷ ଧରି ବିଜେଡ଼ି ଓଡ଼ିଶାରେ ଶାସନରେ ଅଛି । ବର୍ତମାନର ବାଲେଶ୍ବର ସାଂସଦ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ତାଙ୍କ ପୂର୍ବରୁ ବିଜେଡ଼ି ଓ ବିଜେପି ଦଳର ସାଂସଦ ମଧ୍ଯ ଏଠାରୁ ନିର୍ବାଚିତ ହୋଇଥୁଲେ । କିନ୍ତୁ ଉଭୟ ବିଜେପି ଓ ବିଜେଡ଼ି ଦଳ ମାନଙ୍କର ବାଲେଶ୍ବର ପ୍ରତି କୌଣସି ଅବଦାନ ନାହିଁ କହିଲେ ଚଳେ । ଆମେ ବିଜେପି ଓ ବିଜେଡ଼ି କୂ ଆହ୍ଵାନ ଦେଉଛୁ, ସେମାନେ ବାଲେଶ୍ବର ପ୍ରତି ସେମାନଙ୍କର ଅବଦାନର ୫ ଟି ନମୁନା ବାଲେଶ୍ବର ବାସୀଙ୍କ ସମ୍ମୁଖରେ ପ୍ରକାଶ କରନ୍ତୁ ବୋଲି କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଆହ୍ଵାନ ଦେଇଛନ୍ତି ।


