୧୮ ରେ ଆଚିଭର ମିଟ୍ -୨୦୨୦

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : କରୋନା ସମୟରେ ଡାକ୍ତର ହେଉଛନ୍ତି ଏବେ ମଣିଷ ରୂପି ଭଗବାନ । ଡାକ୍ତର ଅଭାବ ଲାଗି ରହିଥିବା ବେଳେ ଏହାର ଆବଶ୍ୟକତାକୁ ପୁରଣ କରିବାକୁ ଯାଉଛି ବେଞ୍ଚମାର୍କ କ୍ଲାସେସ୍ । ଏହି ଡାକ୍ତରୀ ପାଠ ପଡ଼ୁଥିବା ତଥା ନିଟ୍ ପରୀକ୍ଷାରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ହୋଇଥିବା ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଆଚିଭର ମିଟ୍‌-୨୦୨୦ ଆୟୋଜିତ ହେଉଛି । ନାଗେଶ୍ୱର ଟାଙ୍ଗୀସ୍ଥିତ ପେସ୍ ଏକାଡେମୀ ପରିସରରେ ଆସନ୍ତା ୧୮ ତାରିଖରେ ୫୦ରୁ ଉର୍ଦ୍ଧ ଡାକ୍ତରୀ ପାଠ ପଡ଼ୁଥିବା ଛାତ୍ରଛାତ୍ରୀଙ୍କୁ ଏଥିରେ ସମ୍ବର୍ଦ୍ଧନା କରାଯିବ । ନୂତନ ଡାକ୍ତରୀ ଛାତ୍ର ସୃଷ୍ଟି କରିବା ପାଇଁ ଚାଲିଥିବା ବେଞ୍ଚ ମାର୍କ କ୍ଲାସେସ୍ ଦ୍ୱାରା ଏହି ସମ୍ବର୍ଦ୍ଧନା ଉତ୍ସବରେ ରୋଟାରୀ କ୍ଲବ ଅଫ୍ କ୍ୟାପିଟାଲ ଓ ଇଣ୍ଟ୍ରାକ୍ଟ କ୍ଲବ ଅଫ୍ ପେସ୍ ଏକାଡେମୀ ପରିଚାଳନା କରୁଛନ୍ତି । ଏଥିରେ ବେଞ୍ଚମାର୍କ କ୍ଲାସେସ୍‌ର ଅଧ୍ୟକ୍ଷ ରୋଟାରିଆନ୍ ପ୍ରସନ୍ନ କୁମାର ଚୌଧୁରୀ, ପରିଚାଳନା ନିର୍ଦେଶକ ଦିପକ ବିଶ୍ୱାଳ, ତୁଷାର ବେଉରା, ରାକେଶ କୁମାର, ପ୍ରଣମ ମଣ୍ଡଳ, ଡ଼ ସନ୍ତୋଷ ସାହୁ ପ୍ରମୁଖ ଏହି ଉଦ୍ୟମକୁ ସଫଳ ରୂପାୟନ ଦେଇଛନ୍ତି । ଏହି ସମ୍ମିଳନୀରେ ବେଞ୍ଚମାର୍କ କ୍ଲାସେସ ଅଧ୍ୟକ୍ଷ ରୋଟାରିଆନ ପ୍ରସନ୍ନ କୁମାର ଚୌଧୁରୀ, ରୋଟାରିଆନ ପ୍ରଶାନ୍ତ ମିଶ୍ର, ରୋଟାରିଆନ ପୃଥ୍ୱୀରାଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ