ମଧୁଶାସନ ଗ୍ରାମର ଶ୍ରୀଦଧିବାବନଜୀଉଙ୍କ ସ୍ଥାବର,ଅସ୍ଥାବର ସମ୍ପତ୍ତି ହଡପ ଓ ଅର୍ଥ ଆତ୍ମସାତ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ମଧୁଶାସନ ଗ୍ରାମର ଅଧିଷ୍ଠାତା ଶ୍ରୀ ଦଧିବାବନଜୀଉଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ହଡପ କରାଯିବା ସହ ଅର୍ଥ ଆତ୍ମସାତ କରାଯାଇଥିବା ମଧୁଶାସନ ଗ୍ରାମପଂଚାୟତର ଅଧିବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ମଧୁଶାସନ ଗ୍ରାମର ଦୁର୍ଗା ପ୍ରସାଦ ଦାସ ନାମକ ଜନୈକ ବ୍ୟକ୍ତି ଚଂଚକତା କରି ଦେବୋତ୍ତର ବିଭାଗର କେତେକ ଅସାଧୁ କର୍ମଚାରୀଙ୍କୁ ହାତକରି ମଧୁଶାସନ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଦଧିବାବନଜୀଉଙ୍କ ମନ୍ଦିର ପରିଚାଳନା ପାଇଁ ଏକ ଟ୍ରଷ୍ଟବୋର୍ଡ ଗଠନ କରି ନିଜେ ସେହି ବୋର୍ଡର ସଭାପତି ଭାବେ ପ୍ରାୟ ବର୍ଷକରୁ ଉର୍ଦ୍ଧ୍ୱ ହେବ ରହିଛନ୍ତି । ସେ ଶ୍ରୀଜୀଉଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ନିଜେ ଓ ନିଜର କିଛି ଅନ୍ଧ ସମର୍ଥକଙ୍କ ସହାୟତାରେ ହଡପ କରିବା ସହିତ ଶ୍ରୀଜୀଉଙ୍କ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି । ଶ୍ରୀଜୀଉଙ୍କ ପାଇଁ ବିଭିନ୍ନ ସମୟରେ ଦାତାମାନେ ଦାନ କରୁଥିବା ଅର୍ଥକୁ ମଧ୍ୟ ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି । ଏପରିକି ଶ୍ରୀଜୀଉଙ୍କ ନାମରେ ଥିବା ସମ୍ପତି ମଧୁଶାସନ ମୈାଜାର ଖାତା ନମ୍ବର – ୪୨୨,ପ୍ଲଟ ନମ୍ବର ୩୫୮୩ ଉପରେ ଥିବା ମୂଲ୍ୟବାନ ଶାଗୁଆନ ଗଛ ୩ଟିକୁ ରାତାରାତି କାଟି ବିକ୍ରୀ କରିବା ସହ ଖାତା ନମ୍ବର ୧୨୯୯,ପ୍ଲଟ ନମ୍ବର ୫୩୧୫ ଓ ୫୩୧୬/୫୫୯୨ ଉପରୁ ବହୁ ଦିନର ମୂଲ୍ୟବାନ ୧୦ଟି ତାଳଗଛକୁ କାଟି ବିକ୍ରୀ କରିଦେଇଥିବା ଅଭିଯୋଗ ହୋଇଛି । ସେହି ଗଛ ସବୁର ମୂଲ୍ୟ ଆନୁମାନିକ ପ୍ରାୟ ଏକଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଅଭିଯୋଗକାରୀମାନେ ଏସମ୍ପର୍କରେ ଟ୍ରଷ୍ଟର ସଭାପତି ଶ୍ରୀ ଦାସଙ୍କୁ ପଚାରିବାରେ ଶ୍ରୀ ଦାସ ସେମାନଙ୍କୁ ଗୁଣ୍ଡା ଲଗାଇ ଧମକଚମକ ଦେବା ସହ ଜୀବନରୁ ମାରିଦେବାକୁ ଧମକପୂର୍ଣ୍ଣ ବାଣୀ ଶୁଣାଇଥିବା ଅଭିଯୋଗ ହୋଇଛି । ଏଥିସହିତ କେତେକ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କୁ ମିଛ କହି ଅଭିଯୋଗକାରୀମାନଙ୍କ ନାମରେ ଥାନାରେ ମିଥ୍ୟା ମାମଲା କରିବା ସହ ବିଭିନ୍ନ ମିଥ୍ୟା କେଶକରି ନାନା ପ୍ରକାର ଅସୁବିଧାରେ ପକାଉଥିବା ମଧ୍ୟ ଅଭିଯୋଗ ହୋଇଛି । ସେହି ଟ୍ରଷ୍ଟବୋର୍ଡରେ ଗରଦପୁର ତହସିଲଦାର ଓ ପାଟକୁରା ଥାନାର ଭାରପ୍ରାପ୍ତ ଇନିସପେକ୍ଟରଙ୍କୁ ସଦସ୍ୟ ଭାବରେ ରଖାଯାଇଥିବା ବେଳେ ଅଭିଯୋଗକାରୀଙ୍କ ପରିବାରର ୨/୩ଜଣଙ୍କ ନାମରେ ମିଥ୍ୟା ମାମଲା କରାଯାଉଥିବା ସହ ସେହି ପରିବାରର ମହିଳାମାନଙ୍କ ପ୍ରତି ଅସଦାଚରଣ କରିବାକୁ ମଧ୍ୟ ଟ୍ରଷ୍ଟର ସଭାପତି ପଛାଉନଥିବା ଅଭିଯୋଗ ହୋଇଛି । ସଂପୃକ୍ତ ସଭାପତି ଭୂବନେଶ୍ୱରରେ ରହୁଥିବା ବେଳେ ଗ୍ରାମର ଅଧିକାଂଶ ଲୋକଙ୍କୁ ବିଭିନ୍ନ ମାଲିମକଦ୍ଦମାରେ ଛନ୍ଦି ହଇରାଣ କରିବା ସହ ଶ୍ରୀଜୀଉଙ୍କ ସମ୍ପତ୍ତି କୁ ହଡପ କରିବା ଓ ଅର୍ଥକୁ ଆତ୍ମସାତ କରୁଥିବା ଯୋଗୁଁ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତିରେ ଘୋର ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅସିତ କୁମାର ମହାନ୍ତି,ସୁବାଷ ଚନ୍ଦ୍ର ପାତ୍ର,ସନ୍ତୋଷ ତ୍ରିପାଠୀ,ହିମାଂଶୁ ଦାସ,ଚନ୍ଦନ ମହାନ୍ତି,ମନୋଜ କୁମାର ଆଚାର୍ଯ୍ୟ,ଅମିତ କୁମାର ଦାସ,ତପନ ଶତପଥୀ,ମନୋରଞ୍ଜନ ଆଚାର୍ଯ୍ୟ,ସନାତନ ବାରିକ,ତାରକେଶ୍ୱର ତ୍ରିପାଠୀ,ପ୍ରମୋଦ କୁମାର ସାହୁ,ଚିତରଞ୍ଜନ ବାରିକ,ନିରଞ୍ଜନ ପଣ୍ଡା,ଭବାନିଶ ପଣ୍ଡା ପ୍ରମୁଖ ଅଭିଯୋଗକାରୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥିସହିତ ଅଭିଯୋଗକାରୀମାନେ ଦେବୋତ୍ତର କମିଶନର,କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ,ଗରଦପୁର ତହସିଲଦାର ଓ ପାଟକୁରା ଥାନା ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ