କୋଭିଡ ଲକଡାଉନ ସମୟରେ କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ବୁଲା କୁକୁର ଓ ପଶୁଙ୍କୁ ବିଭିନ୍ନ ଅନୁଷ୍ଟାନ ଦ୍ୱାରା ଖାଦ୍ୟ ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କୋଭିଡ ଲକଡାଉନ ସମୟରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦେଶ ଅନୁଯାଇ ଗତ ଅପ୍ରେଲମାସ ୫ତାରିଖ ଠାରୁ ମଇମାସ ୧୭ତାରିଖ ପର୍ଯ୍ୟନ୍ତ ପୈାରାଚଂଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବୁଲା କୁକୁର ଓ ପଶୁମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇଛି । ଏସମ୍ପର୍କରେ ବିଭାଗ ପକ୍ଷରୁ ଗତ ମାର୍ଚ୍ଚମାସ ୩୦ ତାରିଖରେ ପତ୍ର ସଂଖ୍ୟା – ୮୧୨୧ ପ୍ରାପ୍ତ ହେବା ପରେ ନିର୍ବାହୀ ଅଧିକାରୀ ଏକ ବୈଠକ ଗତ ଅପ୍ରେଲମାସ ୩ତାରିଖରେ ଆହ୍ୱାନ କରିଥିଲେ । ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡା.ପ୍ରସନ୍ନ କୁମାର ପଟ୍ଟନାୟକ, ପଶୁ ସମ୍ପଦ ବିଭାଗର ଉପନିର୍ଦେଶକ ତଥା ନୋଡାଲ ଅଧିକାରୀ ଡା.ପ୍ରଶନ୍ନ କୁମାର ପରିଡା, ସିଡିଭିଓ କାର୍ଯ୍ୟାଳୟର ଜେ.ଏଫ.ଡି.ଓ. ଶରତ କୁମାର, ପୈାରସଂସ୍ଥାର ସି.ଓ. ତପସ୍ୱିନୀ ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକର ନିଷ୍ପତି ଅନୁଯାଇ ଗତ ଅପ୍ରେଲମାସ ୫ତାରିଖରୁ ମଇମାସ ୧୭ତାରିଖ ମଧ୍ୟରେ ବୁଲା କୁକୁର ଓ ବୁଲା ପଶୁମାନଙ୍କୁ ଖାଦ୍ୟ ପ୍ରଦାନ ପାଇଁ କେନ୍ଦ୍ରାପଡା ସହରର ଜୟ ଶ୍ରୀରାମ ରାମଲିଳା କମିଟିକୁ ତିନିମୁହାଣି ଛକରେ ଖାଦ୍ୟ ପ୍ରଦାନ ପାଇଁ ୨୧ହଜାର ଟଙ୍କା, ପିପୁଲସ ଫର ଆନିମଲସ ଅନୁଷ୍ଠାନକୁ ସହରର ବିଭିନ୍ନ ସ୍ଥାନରେ ବୁଲା କୁକୁର ଓ ବୁଲା ପଶୁମାନଙ୍କୁ ଖାଦ୍ୟ ପ୍ରଦାନ ପାଇଁ ୧ଲକ୍ଷ ୫୪ହଜାର ୫୬୦ଟଙ୍କା ଓ କେନ୍ଦ୍ରାପଡା ସିଡିଭିଓଙ୍କୁ ୯ହଜାର ୪୪୦ଟଙ୍କାର ଗୋଖାଦ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ପୈାରସଂସ୍ଥାକୁ ୨ଟି କିସ୍ତିରେ ଏହି କାର୍ଯ୍ୟ ନିମନ୍ତେ ମୋଟ ୧ଲକ୍ଷ ୮୫ହଜାର ଟଙ୍କା ସରକାରୀ ଅନୁଦାନ ମିଳିଥିବା ବେଳେ ଉପରୋକ୍ତ ୨ଟି ଅନୁଷ୍ଠାନ ଓ ସିଡିଭିଓଙ୍କୁ ସେହି ଅନୁଦାନ ଅର୍ଥ ଓ ଗୋଖାଦ୍ୟ ପ୍ରଦାନ କରାଯାଇଥିବା ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ