ଶରତ କରଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡ଼ିଶାର ଯଶସ୍ୱୀ ଜନନେତା, ବିଶିଷ୍ଟ ରାଜନୀତିଜ୍ଞ, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ଡଃ ଶରତ କୁମାର କରଙ୍କ ବିୟୋଗରେ ଆର୍ଯ୍ୟ ସମାଜ, ଓଡ଼ିଶା ପକ୍ଷରୁ ଗଭୀର ଶୋକ ପ୍ରକାଶ କରି ବରିଷ୍ଠ କଂଗ୍ରେସ ନେତା ତଥା ଆର୍ଯ୍ୟସମାଜର ରାଜ୍ୟ ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି ଯେ, ଶରତ କୁମାର କରଙ୍କ ବିୟୋଗ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ଦେଖାଦେଇଛି । ରାଜନୀତି କ୍ଷେତ୍ରରେ ସେ ସୀମାବଦ୍ଧ ନଥିଲେ । ଶ୍ରୀଜଗନ୍ନାଥ ଧର୍ମର ପ୍ରଚାର ପ୍ରସାର କରିବା ସହ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ବାର୍ତ୍ତା ଓ ବିଶେଷ ଭାବେ ଆର୍ଯ୍ୟସମାଜର ସଂସ୍କାର କାର୍ଯ୍ୟକୁ ସେ ଶତମୁଖ ହୋଇ ପ୍ରଚାର କରୁଥିଲେ । ଆର୍ଯ୍ୟ ସମାଜ ପରିବାର ତାର ଜଣେ ମୁଖିଆଙ୍କୁ ହରାଇଲା । ପରଲୋକଗତ ଆତ୍ମାର ଶାନ୍ତି କାମନା କରିବା ସହ ଡଃ ଜ୍ଞାନେନ୍ଦ୍ର ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।


