ପ୍ରଭାସଙ୍କୁ ଦେଖା କରିବା ପାଇଁ ମୋବାଇଲ ଟାୱାରରେ ଚଢ଼ିଲେ ଯୁବକ ନୂଆଦିଲ୍ଲୀ

‘ବାହୁବଲି ‘ ଫେମ୍ ପ୍ରଭାସଙ୍କୁ ନେଇ ଫ୍ୟାନ୍ସଙ୍କର ପାଗଳାମି ଦିନକୁ ଦିନ ବଢ଼ିଚାଲିଛି । ତେଲେଙ୍ଗାନାର ଜଙ୍ଗମ୍ ଅଞ୍ଚରେ ପ୍ରଭାସଙ୍କର ଜଣେ ପ୍ରଶଂସକ ଏପରି କିଛି କାମ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଭାସଙ୍କୁ ଦେଖା କରିବା ପାଇଁ ବ୍ୟକ୍ତି ଜଣକ ମୋବାଇଲ୍ ଟାୱାର ଉପରେ ଚଢ଼ିଯାଇଥିଲେ । ଏପରିକି ପ୍ରଭାସ ଦେଖା ନ କଲେ ଟାୱାରରୁ ଡେଇଁ ଜୀବନ ହାରିବେ ବୋଲି ଧମକ ମଧ୍ୟ ଦେଇଥିଲେ । ସୋସିଆଲ ମିଡିଆରେ ବ୍ୟକ୍ତି ଜଣଙ୍କ ମୋବାଇଲ୍ ଟାୱାରରେ ଚଢ଼ିଥିବା ଫଟୋକୁ ଶେଆର୍ କରାଯାଇଛି । ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ରିପୋର୍ଟ ଅନୁସାରେ ବ୍ୟକ୍ତି ଜଣକ ପ୍ରଭାସଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ପରିଚୟ ଦେଇଥିଲେ । ପ୍ରଭାସଙ୍କ ସହିତ ଦେଖା କରିବାକୁ ନ ଦେଲେ ମୋବାଇଲ୍ ଟାୱାର୍ରୁ ଡେଇଁ ପଡ଼ିବେ ବୋଲି ଧମକ ଦେଇଥିଲେ । କେବଳ ଏତିକି ନୁହେଁ, ପ୍ରଭାସ ମଧ୍ୟ ତାଙ୍କୁ ଦେଖା କରିବା ପାଇଁ ଟାୱାର ଉପରକୁ ଆସନ୍ତୁ ବୋଲି ବ୍ୟକ୍ତି ଜଣଙ୍କ ଡିମାଣ୍ଡ କରିଥିଲେ । ସ୍ଥାନୀୟ ଲୋକ ଓ ଅଧିକାରୀମାନେ ବହୁତ ବୁଝାଇବା ପରେ ମଧ୍ୟ ବ୍ୟକ୍ତି ଜଣଙ୍କ ଟାୱାର୍ ତଳକୁ ଆସିବା ପାଇଁ ରାଜି ହୋଇନଥିଲେ । ତେବେ ତାଙ୍କର ଏହି ପ୍ରଶଂସକଙ୍କ ବିଷୟରେ ପ୍ରଭାସ ଜାଣିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ଏପରିକି ସେହି ବ୍ୟକ୍ତିଙ୍କ ବିଷୟରେ ଅନ୍ୟ କିଛି ସୂଚନା ମଧ୍ୟ ମିଳିପାରିନାହିଁ । ପୁଲିସ ଏହି ଘଟଣାର ତଦନ୍ତ କରୁଛି । ତେବେ ଏପରି ଘଟଣା ନୂଆ ନୁହେଁ । ‘ସାହା’ ଫିଲ୍ମ ରିଲିଜ୍ର ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା । ଥିଏଟର୍ ବାହାରେ ଫିଲ୍ମର ପୋଷ୍ଟର ଲଗାଇବା ସମୟରେ ପ୍ରଭାସଙ୍କ ଜଣେ କରିସାରିଛି । ବର୍ତ୍ତମାନ ପ୍ରଭାସ ‘ରାଧା କୃଷ୍ଣ କୁମାର ‘ ଫିଲ୍ମରେ ଅଭିନୟ କରୁଛନ୍ତି । ଫିଲ୍ମଟି ୨୦୨୦ରେ ରିଲିଜ୍ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ