ସାରାଙ୍କ ପାଇଁ କାର୍ତ୍ତିକ ଧରିଲେ ଛତା ମୁମ୍ବାଇ

ଅଭିନେତା କାର୍ତ୍ତିକ ଆର‌୍ୟନ ଶୈଫ୍ ଲଳନା ସାରା ଅଲ୍ଲୀ ଖାନ୍ଙ୍କ ପ୍ରେମରେ ଉବୁଟୁବୁ । ପ୍ରଥମେ ସାରା କରନ୍ ଜୋହରଙ୍କ ଶୋ’ରେ ତାଙ୍କୁ କ୍ରଶ୍ ବୋଲି କହିବା ପରଠାରୁ ପ୍ରେମ କାହାଣୀର ଆରମ୍ଭ ହୋଇଥିବା କୁହାଯାଏ । ପରେ ଉଭୟଙ୍କୁ ଭେଟାଇଥିଲେ ରଣବୀର ସିଂହ । ଏବେ ଉଭୟ ଏକତ୍ର “ଲଭ୍ ଆଜ କଲ-୨ ‘ର ଶୁଟିଂ ଶେଷ କରିଛନ୍ତି । ନାୟକ-ନାୟିକା ସାଜିଥିବା ଯୋଗୁ ସେମାନଙ୍କୁ କିଛି ସମୟ ଏକାଠି ବିତାଇବାକୁ ସୁଯୋଗ ମିଳିଥିଲା । ସେହି ସମୟରେ ଉଭୟ ଉଭୟଙ୍କର ନିକଟତର ହୋଇଯାଇଛନ୍ତି । ଏବେ ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି । ଏନେଇ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି କ୍ରମରେ କାର୍ତ୍ତିକ ହାତରେ ଛତା ଧରି ସାରାଙ୍କୁ ଓଦା ହେବାରୁ ବଞ୍ଚାଉଥିବାର କିଛି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ପ୍ରଶଂସକମାନେ ଏହାକୁ ଦେଖି କାର୍ତ୍ତିକ ସାରାଙ୍କୁ ଯତ୍ନ କରୁଥିବା କହୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ