ବାଇକ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କଟକ-ଚାନ୍ଦବାଲି ରାସ୍ତାର ଜମଧର ଠାରେ ଗତ ୧୩ତାରିଖ ସନ୍ଧ୍ୟାରେ ଏକ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଗହଗାନରସିଂପୁର ଗ୍ରାମର ଜ୍ଞାନରଞ୍ଜନ ପଣ୍ଡା ନାମକ ବ୍ୟକ୍ତି ଜଣକ ଗତ କିଛିବର୍ଷ ହେବ ମୁଲମଜୁରୀ ଲାଗିବାକୁ କେନ୍ଦ୍ରାପଡା ସହରର ମୀରପାଟଣା ଗ୍ରାମକୁ ଆସିଥାନ୍ତି । ସେ ଗତ ୧୩ତାରିଖ ସନ୍ଧ୍ୟାରେ ମଜୁରୀ ଲାଗି ଘରକୁ ସାଇକେଲରେ ଫେରୁଥିବା ବେଳେ ଜମଧର ନିକଟରେ ତାଙ୍କୁ ଏକ ବାଇକ ଧକ୍କା ଦେବାରୁ ସେ ତଳେ ପଡିଯାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସଯତା ଗୁରୁତ୍ତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଗତ ୧୫ତାରିଖ ରାତି ପ୍ରାୟ ସାଢେ ୮ଟା ସମୟରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ମୃତକଙ୍କ ପରିବାର ପକ୍ଷରୁ ଏସମ୍ପର୍କରେ ସଦର ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ