ଦୁଃସାହସିକ କାର୍ଯ୍ୟ ପାଇଁ ଛତ୍ରପୁର ର ଦୁଇ ଫାୟାର କର୍ମଚାରୀ ଙ୍କୁ ସମ୍ବର୍ଦ୍ଧନା କଲେ ବିଭାଗୀୟ ଡିଜି
ଛତ୍ରପୁର, (ଦେବଦତ୍ତ ମହାରଣା) : ଋଷିକୁଲ୍ୟାର ପ୍ରଖର ବନ୍ୟାଜଳ ସ୍ରୋତରେ ଭାସି ଯାଉଥିବା ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗ୍ରାମର ବାବୁଲି ବେହେରାଙ୍କୁ ୬ କିଲୋମିଟର ପହଁରି ଜୀବିତାବସ୍ଥାରେ ଉଦ୍ଧାର କରି ଛତ୍ରପୁର ଫାୟାର ବିଭାଗର ଦୁଇ କର୍ମଚାରୀ ତପନ କୁମାର ବେହେରା ଓ କାହ୍ନୁ ଶ୍ରୀଚନ୍ଦନ ପରିଡା ସାହାସିକତାର ପରିଚୟ ଦେଇଛନ୍ତି । ଉଭୟଙ୍କ ଏହି ଦୁଃସାହସିକ କାର୍ଯ୍ୟ ପାଇଁ ଶନିବାର ଫାୟାର ବିଭାଗର ଡିଜି ସତ୍ୟଜିତ୍ ମହାନ୍ତି ଉଭୟ କର୍ମଚାରୀଙ୍କୁ ଚିଫ ଫାୟାର ଅଫିସର ସୁକାନ୍ତ ସେଠି ଙ୍କ ଉପସ୍ଥିତ ରେ ସମ୍ବର୍ଦ୍ଧନା କରିବା ସହ କୃତଜ୍ଞତା ଜଣାଇଥିଲେ । ତାଙ୍କରି ଏଭଳି କାର୍ଯ୍ୟ କୁ ସେ ପ୍ରଶଂସା କରିବା ସହ ସାଟିଫିକେଟ ମଧ୍ୟ ପ୍ରଦାନ କରିଛନ୍ତି । ପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ଛତ୍ରପୁର ଠାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ଓ ବିଡିଓ ଅମ୍ବିକା ପ୍ରସାଦ ଦାଶ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତରେ ଏହି ଦୁଇ କର୍ମଚାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିବା ସହ ଉଚ୍ଚକୋଟିର ପ୍ରଶଂସା କରାଯାଇଥିଲା । ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ଉଭୟଙ୍କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ l