ଭିଡିଓ କନଫେରାନ୍ସ ପରେ ବୁଗୁଡା ବ୍ଲକ ପ୍ରଶାସନର ତତ୍ପରତା

ବୁଗୁଡା, (ଅନିଲ କୁମାର ମହାରଣା):ଅକ୍ଟୋବର ୧୭ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ଭିଡିଓ କନଫେରାନ୍ସ ଜରୀଆରେ ଜିଲ୍ଲାର ସମସ୍ତ ବ୍ଲକ ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରି ଆସନ୍ତା ଅକ୍ଟୋବର ୧୯ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ସମ୍ଭାବ୍ୟ ଅତି ଭୀଷଣ ବର୍ଷାର ମୁକାବିଲା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଳାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ୩ ଟି ବିଷୟ ପ୍ରତି ଗୁରୁତ୍ୱ ଦେଇଛନ୍ତି। ତଳିଆ ଅଞ୍ଚଳରେ ବାସ କରୁଥିବା ପରିବାରଙ୍କୁ ରିଲିଫ କେନ୍ଦ୍ରକୁ ନେବା, ଆବଶ୍ୟକ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ସଫଳ କରିବା ଓ କୌଣସି ସ୍ଥାନରେ ଗଛ ପଡିଲେ ତୁରନ୍ତ ସଫା କରିବା ଉପରେ ଗୁରୁତ୍ୱ ଦେବା ସହ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଅନ୍ୟାନ୍ୟ ବିଭାଗ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ