ଜିଲ୍ଲା କଂଗ୍ରେସ ସଭାପତି ମନୋନୀତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ଭାବେ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ନେତା ସୁବ୍ରତ ଦାସ ମନୋନୀତ ହୋଇଛନ୍ତି । ଏନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭଦ୍ରକ ଜିଲ୍ଲା ସମେତ ଭଣ୍ଡାରିପାଖରୀ ବ୍ଲକ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଠାରେ ଦଳ ପକ୍ଷରୁ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ନବନିଯୁକ୍ତ ସଭାପତି ଶ୍ରୀଦାସଙ୍କୁ ବିଭିନ୍ନ ଅଞ୍ଚଳରୁ ଆସିଥିବା କଂଗ୍ରେସ କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଉକ୍ତ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ବରିଷ୍ଠ କଂଗ୍ରେସ ନେତା ଗୋଲକ ଚନ୍ଦ୍ର ବେହେରା, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚନ୍ଦ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପିତାମ୍ବର ନାୟକ, ନଟବର ରାଉଳ ପ୍ରମୁଖ ଉପସ୍ଥିତ ରହି ନବନିଯୁକ୍ତ ସଭାପତିଙ୍କୁ ସ୍ୱାଗତ କରିଥିବାବେଳେ ଏଆଇସିସିକୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ ସାହୁ, ସୁବାଷ କାଣ୍ଡି, ମନୋକ ନାୟକଙ୍କ ସମେତ କଂଗ୍ରେସ ନେତା ରମେଶ ଭାରତୀ, ଅଜୟ ସାହୁ, ନାରାୟଣ ଚନ୍ଦ୍ର ବେହେରା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ