ଅନାମ ନାଏକ ହେଲେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟିର ନୂତନ ଜିଲ୍ଲା ସଭାପତି ଭାବରେ ବରିଷ୍ଠ କଂଗ୍ରେସ ନେତା ଅନମ ନାଏକ ନିଯୁକ୍ତି ପାଇଛନ୍ତି। ଅଲଇଣ୍ଡିଆ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଶ୍ରୀ ନାଏକ ଙ୍କୁ ଏହି ପଦବୀ ଦିଆଯାଇଥିବା ଜଣାଯାଇଛି। ନୂତନ ସଭାପତିଙ୍କ ନାମ ଘୋଷଣା ପରେ ସମଗ୍ର ଜିଲାର କଂଗ୍ରେସ କର୍ମୀ ମହଲରେ ଖୁସିର ଲହରି ଖେଳି ଯାଇଛି। ନୂତନ ସଭାପତି ଶ୍ରୀ ନାଏକଙ୍କ ଘର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ହୋଇଥିବା ବେଳେ ସେ ପୂର୍ବରୁ କଂଗ୍ରେସ ଦଳର ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରରେ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ପଦ ପଦବୀରେ ରହି ଆସିଛନ୍ତି। ଚଳିତ କୋରେନା ମହାମାରି ସମୟରେ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟି ତରଫରୁ କନ୍ଧମାଳ ଜିଲ୍ଲାରେ କୋଭିଡ  ପରିଚାଳନା ପାଇଁ ସଂଯୋଜକ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଜିଲ୍ଲା ସଭାପତି ପଦବୀ ପାଇଲା ପରେ କନ୍ଧମାଳ ଜିଲ୍ଲାରେ ତୃଣମୂଳ ସ୍ତରରେ କଂଗ୍ରେସ ଦଳକୁ ସୁଦୃଢ କରିବା କର୍ମୀ ମାନଙ୍କ ସହ ସୁ-ସମ୍ପର୍କ ସ୍ଥାପନ କରି କରିବା ସହିତ ଜିଲାରେ ଦଳକୁ ସୁଦୃଢ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବା ବୋଲି ସେ ପ୍ରକାଶ କରିଛନ୍ତି। ଶ୍ରୀ ନାଏକ ଏହି ଅବସରରେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ସୋନିଆ ଗାନ୍ଧୀ  ଓ ରାହୁଲ ଗାନ୍ଧୀ ଙ୍କ ସମେତ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟ କାର୍ଯ୍ୟକାରି ସଭାପତି ପ୍ରଦୀପ ମାଝୀ ଓ ଅନ୍ୟ ସମସ୍ତ ବରିଷ୍ଠ ନେତୃବୃନ୍ଦକୁ ଧନ୍ୟବାଦ ଜଣାଇଥିବା ବେଳେ  କନ୍ଧମାଳ କଂଗ୍ରେସର ନେତା ଓ କର୍ମୀମାନେ ଶ୍ରୀ ନାଏକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ