ମା’ ବରାଳଦେବୀ ପୀଠରେ ‘ଖଣ୍ଡାବସା’ ପୂଜା ଆରମ୍ଭ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକର ବଲସକୁମ୍ଫା ସ୍ଥିତ ଆରାଧ୍ୟ ଦେବୀ ମା ବରାଳଦେବୀଙ୍କ ମହାନବମୀ ପୂଜା ପାଇଁ ଦ୍ୱିତୀୟ ତିଥିରେ ମା ବରଳଦେବୀଙ୍କ ସିଂହଦ୍ୱାରା ଘରେ ଖଣ୍ଡାବସା ପୂଜା ଆରମ୍ଭ ହୋଇଛି। ଉକ୍ତ ଖଣ୍ଡା ମନ୍ଦିରର ଦେହୁରୀଙ୍କ ଘରୁ ଅଣାଯାଇଥାଏ। ମା’ ବରାଳଦେବୀଙ୍କୁ ଆଣିଥିବା ରାଜାଙ୍କ ଏହା ହେଉଛି ଖଣ୍ଡା। ଖଣ୍ଡା ସହିତ ବନ୍ଧୁକ ମଧ୍ୟ ପୂଜା ପାଉଛନ୍ତି। ମନ୍ଦିରର ତିନି ସେବାୟତ ନାୟକ , ବିଶୋୟୀ , ଦଳବେହେରାଙ୍କ ମଧ୍ୟରୁ ବିଶୋୟୀଙ୍କ ଘରୁ ଆଉଏକ ଖଣ୍ଡା ବାହାରି କରି ମାଁ ବରାଳଦେବୀଙ୍କ ସିଂହ ଦ୍ୱାର ଘରେ ରଖାଯାଇ ରିତି ଓ ନୀତି ପ୍ରକାରେ ପୂଜା ପାଠ ଆଜି ଠାରୁ ଆରମ୍ଭ ହୋଇଛି। ଏହା ଦଶହରା ପର୍ଯ୍ୟନ୍ତ ଚାଲିବ। ମନ୍ଦିରର ଦେହୁରୀ ରୀତିନୀତି ପ୍ରକାରେ ମାଁ ବରାଳଦେବୀଙ୍କ ସହିତ ଚୌଶଠି ଯୋଗାରି ଦେବା ଦେବୀଙ୍କୁ ନେଇ ଆଠଦିନ ପର୍ଯ୍ୟନ୍ତ ସେଠୀ , ସାହାଣୀ ଓ ବେହେରାଙ୍କ ଦ୍ୱାରା ଢୋଲ , ନିସାନ୍ ଓ ମହୁରୀ ବାଜା ବାଦ୍ୟ ମାଧ୍ୟମରେ ପୂଜା ପାଠ ଆରମ୍ଭ ହୋଇଛି। ନବମୀ ଦିନ ମା ବରାଳଦେବୀଙ୍କ୍ ମନ୍ଦିରରେ ରୀତି ନୀତି ପ୍ରକାରେ ପୂଜାପାଠ ହୋଇଥାଏ। ମହାମାରି କରୋନା କଟକଣା ଯୋଗୁଁ ଚଳିତ ବର୍ଷ ମା ବରାଳ ଦେବୀଙ୍କ ମହାନବମୀ ପୂଜାରେ ପ୍ରଶାସନର ନିୟମ ପ୍ରକାରେ ମନ୍ଦିରର ଦେହୁରୀ, ତିନି ସେବାୟତ, ମନ୍ଦିର କମିଟିର ନିଷ୍ପତ୍ତି ପ୍ରକାରେ କମ୍ ଲୋକଙ୍କୁ ନେଇ ମୁହଁରେ ମାକ୍ସ, ସାନିଟାଇଜର, ସାମାଜିକ ଦୂରତ୍ୱରେ ପୂଜା ପାଠ ଆରମ୍ଭ ହୋଇଥିବା ବେଳେ ଆଜି ସଂପୃକ୍ତ ଅଞ୍ଚଳରେ ବରାଳଦେବୀଙ୍କ ମନ୍ଦିରକୁ ନଆସିବା ପାଇଁ ଡ଼ାକବାଜି ଯନ୍ତ୍ର ଦ୍ୱାରା ମଧ୍ୟ ପ୍ରଚାର କରାଯାଇଛି। ହାତ ଗଣତି ଲୋକଙ୍କୁ ନେଇ ପୂଜା ପାଠ ଆରମ୍ଭ ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ