ଗୋବରାରେ କୃଷିମିତ୍ରଙ୍କ ଦ୍ୱାରା ଚାଷୀଙ୍କୁ ପ୍ରଶିକ୍ଷଣ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ମହାତ୍ମା ଫୁଲେ କୃଷି ବିଦ୍ୟାପୀଠର କୃଷିମିତ୍ର ଆଶୁତୋଷ ପଣ୍ଡାଙ୍କ ତତ୍ବାବଧାନରେ ବେଲଗୁଣ୍ଠା ବ୍ଲକ ଗୋବରା ଠାରେ ଚାଷୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚାଷୀ ମାନଙ୍କୁ ଜିରୋ ଏନେର୍ଜି କୁଲର ବିଷୟରେ ପ୍ରଶିକ୍ଷଣ ଦିଆ ଯାଇଥିଲା । ଏହି ବୈଜ୍ଞାନିକ ପଦ୍ଧତିରେ ଚାଷୀ ମାନେ ଇଟାର ଦୁଇ ପରସ୍ତ ମଧ୍ୟରେ ବାଲି ପକାଇ ସେଥିରେ ପାଣି ପକାଇବା ଦ୍ୱାରା ତାହା ରେଫ୍ରିଜେରେଟର ଭଳି କାମ କରିବ ଏବଂ ସେଥିରେ ପନିପରିବାକୁ ବେସି ଦିନ ଯାଏ ସାଇତି ରଖା ଯାଇପାରିବ ବୋଲି କୃଷିମିତ୍ର ଆଶୁତୋଷ ପ୍ରକାଶ କରିଥିଲେ।ଏହା ଦ୍ୱାରା ଚାଷୀ ମାନେ ଖୁବ କମ ଟଙ୍କା ବିନିଯୋଗ କରି ଦେଶୀ ଉପାୟରେ ନିଜର ପନିପରିବା ସାଇତି ରଖି ନିଜ ସାମଗ୍ରୀର ଉଚିତ ମୂଲ୍ୟ ପାଇ ପାରିବେ ବୋଲି କହିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋବରା ଅଂଚଳର ବହୁ ଚାଷୀ ଅଂଶ ଗ୍ରହଣ କରିଥିବା ବେଳେ ଶିକ୍ଷକ ଚନ୍ଦ୍ରଶେଖର ପଣ୍ଡା,ଶିକ୍ଷାବିତ ପ୍ରଦୀପ ସ୍ୱାଇଁ ଯୋଗ ଦେଇ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଶେଷରେ ଅଂଚଳର ଯୁବ ସ୍ବେଛାସେବୀ ନାରାୟଣ ବେହେରା ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ