ଚିଲରେନ ପାର୍କ ପାଲଟିଛି ଗାଈ ଗୁହାଳ
ମୋହନା,(ଅଂଶୁମାନ ପଣ୍ଡା): କାଞ୍ଜିଆ ହୁଦା ନଥିବାରୁ ଗାଈ ଗୋରୁ ମାନେ ରାସ୍ତା ଘାଟରେ ସୋଇ ରହୁଛନ୍ତି | ଜାଫଳରେ ସାଧାରଣ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି | ଏପରିକି ଉଠା ଦୋକାନୀ ମାନେ ବୋହୁ କ୍ଷତି ସହୁଛନ୍ତି | ଗତ କିଛି ଦିନ ତଳେ ଗାଈ ଗଣ୍ଡଗୋଳ ରେ କିଛି ଲୋକଙ୍କ ଗାଡ଼ି ଭଙ୍ଗା ରୁଜା ହଇଥିଲା | ଏହା କୁ ଆଖି ଆଗରେ ରଖି ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଙ୍ଘର କର୍ମକର୍ତା ମାନେ ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ ଦେଇଥିଲେ ଭି ସନ୍ତୁଷ୍ଟ ଜନକ ଉତ୍ତର ମିଳି ପାରିନି | ଆଜି ପର୍ଯ୍ୟନ୍ତ ଏପରିକି ଗାଈ ରଖିଥିବା ମାଲିକ ମାନେ ନିଜ ଗାଈର ଯତ୍ନ ନ ନେଇ କ୍ଷୀର ଦୁଇଇଁବା ପରେ ରାସ୍ତା କଡ଼କୁ ଛାଡି ଦିଅନ୍ତି ଜାଫଳରେ ଗାଈ ଗୋରୁ ବିଭିନ୍ନ ଦୁର୍ଘଟଣାର ଶିକାର ହୁଅନ୍ତି | ଏମାନଙ୍କ ପାଇଁ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ମଧ୍ୟ ବିଭିନ୍ନ ଦୁର୍ଘଟଣାର ଶିକାର ହେଉଛନ୍ତି | ଏମାନେ ଗାଈଗୋରୁ ଙ୍କୁ ପାଳି କ୍ଷୀର ବିକ୍ରି କରି ଟଙ୍କା କମାଇ ଥାନ୍ତି କିନ୍ତୁ ଗାଈର ଯତ୍ନ ନେବାରେ ଅବହେଳା କରୁଛନ୍ତି | ଏପରି ବିଭିନ୍ନ କାରଣକୁ ନେଇ ଶେଷରେ ଗତ କାଲି ମୋହନା ଯୁବକ ସଙ୍ଘର କର୍ମକର୍ତ୍ତା ମାନେ ରାତିରେ ରାସ୍ତା ଉପରେ ସୋଇଥିବା ଗାଈଗୋରୁ କୁ ଅଡାଇ ନେଇ ସ୍ଥାନୀୟ ପାର୍କ ଭିତରେ ଭର୍ତି କରିଥିଲେ |ଏହା ସହ ସରପଞ୍ଚଙ୍କୁ ଲିଖିତ ଭାବେ ୩୦ରୁ ଉର୍ଦ୍ଧ ଗାଈକୁ ହସ୍ତାନ୍ତର କରିଛନ୍ତି |କିଛି ଗାଈ ମାଲିକ ଜୋରିମାନା ଦେଇ ନିଜର ଗାଈ ନେଇଥିବା ଜଣା ପଡିଛି | ଏହି ଘଟଣା ପରେ ତୁରନ୍ତ କାଞ୍ଜିୟ ହୁଦା ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସରପଞ୍ଚ ଶେଖର ମଳିକ |


