୨ବର୍ଷ ପରେ ସୁଦ୍ଧା ମିଳି ନାହିଁ  ତିତିଲି ବାତ୍ୟାର ପ୍ରୋତ୍ସାହନ ରାଶି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗତ ତିତିଲି ବାତ୍ୟା ପରେ ଘର ଭାଙ୍ଗି ଯାଇଥିବା ଲୋକଙ୍କୁ ନୂଆଘର ତିଆରି କରିବା ପାଇଁ ଅନୁଦାନ ମିଳିଥିଲା । ବିଜୁ ପକ୍କାଘର ଓ ପି.ଏମ୍‌.ଏ.ୱାଇ. ଯୋଜନା ଜରିଆରେ ଏହି ଅନୁଦାନ ଦେବା ବେଳେ ସର୍ତ୍ତ ରଖାଯାଇଥିଲା ଯେ ଯେଉଁ ହିତାଧିକାରୀମାନେ ୩ମାସ ଭିତରେ ଘର ତିଆରି କାମ ସାରିବେ, ସେମାନଙ୍କୁ ୨୦ହଜାର ଓ ଯେଉଁମାନେ ୬ମାସ ଭିତରେ ସାରିବେ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ମିଳିବ । ତେବେ ଏ ଭିତରେ ପ୍ରାୟ ଦୁଇ ବର୍ଷ ବିତି ଯାଇଥିଲେ ବି କେ.ସୀତାପୁର ପଞ୍ଚାୟତର କୌଣସି ହିତାଧିକାରୀଙ୍କୁ ଉକ୍ତ ପ୍ରୋତ୍ସାହନ ରାଶି ମିଳିନାହିଁ ବୋଲି ସୁନାବାଡ, ଶ୍ରିବିଷ୍ଣୁପୁର, ହନାଳି ଜଗନ୍ନାଥପୁର, ସିଙ୍ଗିପୁରଗୁଡା ଆଦି ଗ୍ରମାର ଲୋକେ ଆଜି ପୂର୍ବହ୍ନରେ ବିଡିଓ ଦାୟିତ୍ୱରେଥିବା ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ରଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଯଦି ଆଗାମୀ ୭ଦିନ ଭିତରେ ଉଲ୍ଲିଖିତ ରାଶି ନମିଳେ ତେବେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଲିଖିତ ଭାବେ ଜଣାଇଛନ୍ତି । ତେବେ ବିଡିଓ ଧୈର୍ଯ୍ୟର ସହ ସେମାନଙ୍କ ସବୁ କଥା ଶୁଣି ଦାୟିତ୍ୱରେଥିବା ରବି ସାହୁଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ସାହୁ ବିଡିଓଙ୍କୁ ଜଣାଇଥିଲେ ଯେ କେତେକ ଟେକ୍ନିକାଲ ସମସ୍ୟା ଯୋଗୁଁ କେ.ସୀତାପୁର ପଞ୍ଚାୟତର ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ରାଶି ପଠାଯାଇ ପାରିନାହିଁ । ଗଜପତି ଡିଆର୍‌ଡିଏ କାର୍ଯ୍ୟାଳୟ ସହିତ ବି ବିଡିଓ କଥାବାର୍ତ୍ତା କରି ତୁରନ୍ତ ପ୍ରତ୍ସାହନ ରାଶିଦେବା ନିମନ୍ତେ ଜଣାଇଥିଲେ । ସେ ଦିଗରେ ଶୀଘ୍ର ଓ ଯଥୋଚିତ ପଦକ୍ଷେପ ନେବାକୁ ଦାୟିତ୍ୱରେଥିବା କର୍ମଚାରୀ ରବି ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗକାରୀ ଗ୍ରାମବାସୀ କହିଛନ୍ତି ଯେ ବିଡିଓ ସହୃଦୟତାର ସେମାନଙ୍କ କଥା ଶୁଣି ଅନୁକୂଳ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ତାଙ୍କ ସହ ଆଲୋଚନା ସଫଳ ହୋଇଛି ଏବଂ ଏନେଇ ୭ଦିନ ଅପେକ୍ଷା କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ