ନବଦୁର୍ଗା ପୂଜନ ଷଷ୍ଠ ଦିବସ : କାତ୍ୟାୟନୀ

ବିପିନ ବିହାରୀ ମହାନ୍ତି
ବିପିନ ବିହାରୀ ମହାନ୍ତି

ମା’ ଦୁର୍ଗାଙ୍କର ଷଷ୍ଠ ସ୍ୱରୂପରେ ସେ କାତ୍ୟାୟନୀ । ତାଙ୍କୁ ଏପରି କହିବାର ଏକ କାହାଣୀ ଅଛି । କତନାମକ ଜଣେ ପ୍ରସିଦ୍ଧ ମହର୍ଷଥିଲେ । ତାଙ୍କର ପୁତ୍ର ବି ଜଣେ ଋଷି ଥିଲେ । ସେ ହେଉଛନ୍ତି କାତ୍ୟ । ଏହି କାତ୍ୟଙ୍କ ଗୋତ୍ରରେ ବିଶ୍ୱ ପ୍ରସିଦ୍ଧ ମହର୍ଷି କାତ୍ୟାୟନ ଜନ୍ମ ନେଲେ । ସେ ଭଗବତୀ ପରମ୍ବାଙ୍କର ଉପାସନାରେ ବହୁତ ବର୍ଷ କଠିନ ଜୀବନରେ କଟାଇଥିଲେ । ତାଙ୍କର ଇଚ୍ଛାଥିଲା ଯେ ମା’ ଭଗବତୀ ତାଙ୍କ କୋଳରେ କନ୍ୟାରୂପେ ଜନ୍ମ ନିଅନ୍ତୁ । ମା’ ଭଗବତୀ କହିଲେ : ତଥାସ୍ତୁ ।
କିଛି କାଳପରେ ଦୈତ୍ୟରାଜ ମହିଷାସୁରର ଅତ୍ୟାଚାରରେ ଧରିତ୍ରୀ ମାତା ଆର୍ତ୍ତ ଚିତ୍ତ୍‌କାର କଲା । ପାପା ଭାର ବଢ଼ିଗଲା । ଏଣୁ ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ନିଜର ତେଜରୁ କିଛି କିଛି ଅଂଶର ସହାୟତାରେ ଏକ ଦେବୀଙ୍କର ସୃଷ୍ଟି କଲେ । ମହର୍ଷି କତ୍ୟାୟନ ସର୍ବପ୍ରଥମେ ଏହାଙ୍କ ପୂଜା କରିଥିବାରୁ ତାଙ୍କ ନାମାନୁସାରେ ସେ ହେଲେ କାତ୍ୟାୟନୀ । ଏହା ପ୍ରମାଣ କରେ ଯେ ମା’ ଦୁର୍ଗା ତାଙ୍କର କନ୍ୟା ରୂପରେ ତାଙ୍କ ପୂର୍ବ ପ୍ରତିଶ୍ରୁତି ଅନୁସାରେ ଜନ୍ମ ନେଇଥିଲେ । ତାଙ୍କର ଜନ୍ମ ହୋଇଥିଲା ଆଶ୍ୱିନ କୃଷ୍ଣ ଚତୁର୍ଦ୍ଦଶୀ ଦିନ; କିନ୍ତୁ ସେ କାତ୍ୟାୟନଙ୍କ ଦ୍ୱାରା ଆଶ୍ୱିନ ଶୁକ୍ଲ ସପ୍ତମୀ, ଅଷ୍ଟମୀ ଏବଂ ନବମୀ ଧରି ତିନିଦିନ ପୂଜା ପାଇଲାପରେ ଦଶମୀ ଦିନ ମହିଷାସୁରକୁ ବଧ କରିଥିଲେ ।
ମା’ କାତ୍ୟାୟନୀ ଅମୋଘ ‘ଳଦାତ୍ରୀ ଅଟନ୍ତି । ଭଗବାନ କୃଷ୍ଣଙ୍କୁ ପତିରୂପେ ପାଇବା ନିମନ୍ତେ ଗୋପିମାନେ ତାଙ୍କ ପୂଜା କାଳିନ୍ଦୀ ଯମୁନା ତଟରେ କରିଥିଲେ । ସେ ହେଉଛନ୍ତି ବ୍ରଜର ଅଧିଷ୍ଠାତ୍ରୀ ଦେବୀ । ସେ ତାଙ୍କ ସ୍ୱରୂପରେ ଭବ୍ୟ ଏବଂ ଦିବ୍ୟ ଅଟନ୍ତି । ଏହାଙ୍କ ରଙ୍ଗ ସୁବର୍ଣ୍ଣ ପରି ଚମକପ୍ରଦ ଓ ଭାସ୍କର । ଏ ଦେବୀ ଚତୁର୍ଭୁଜା । ଏହାଙ୍କର ବାମପଟେ ଉପର ହସ୍ତରେ ତଲୱାର ଏବଂ ତଳ ହସ୍ତରେ ପଦ୍ମପୁଷ୍ପ ଏବଂ ଦକ୍ଷିଣପଟ ଉପର ହସ୍ତରେ ଅଭୟଗ୍ରହ ଓ ନିମ୍ନହସ୍ତ ବିରମୁଦ୍ରାରେ ଥାଏ । ଦେବୀଙ୍କ ବାହନ ସିଂହ ଅଟନ୍ତି ।
ଦୁର୍ଗା ପୂଜାର ଷଷ୍ଠଦିନ ଦେବୀ ଏହି ରୂପରେ ପୂଜା ପାଆନ୍ତି । ଏହିଦିନ ସାଧକର ମନ ଆଜ୍ଞାଚକ୍ରରେ ସ୍ଥିର ଥାଏ । ଯୋଗସାଧନାରେ ଏହି ଆଜ୍ଞାଚକ୍ର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ଏହି ଚକ୍ରରେ ସାଧକ ନିଜର ସମସ୍ତ ଦେହ ଓ ମନ ଦେବୀଙ୍କ ଚରଣତଳେ ସମର୍ପିତ କରିଥାଏ । ପରିପୂର୍ଣ୍ଣ ଭାବେ ଆତ୍ମ ସମର୍ପଣ କରିଥିବା ଯେ କୌଣସି ଭକ୍ତ ମା’ କାତ୍ୟାୟନୀଙ୍କର ସହଜରେ ଦର୍ଶନ ପାଇଥାଏ ଏବଂ ତା’ର ଧର୍ମ, ଅର୍ଥ, କାମ, ମୋକ୍ଷ – ଚାରିବର୍ଗର ‘ଳପ୍ରାପ୍ତି ହୋଇଥାଏ । ସେ ଏ ମର୍ତ୍ତ୍ୟଲୋକରେ ଥାଇ ବି ଆଲୌକିକ ତେଜ ଏବଂ ପ୍ରଭାବ ଯୁକ୍ତଥାଏ । ତା’ର ରୋଗ, ଶୋକ, ସଂତାପ, ଭୟ ଇତ୍ୟାଦି ସର୍ବଦା ଦୂରୀଭୂତ ଥାଏ; ତାର ଜନ୍ମ ଜନ୍ମାନ୍ତର ପାପର ଅନ୍ତ ଘଟେ । ମା’ଙ୍କର ଉପାସକ ନିରନ୍ତର ତାଙ୍କର ସାନ୍ନି୍ମ ପାଇ ଶେଷରେ ପରମପାଦର ଅଧିକାର ହୁଏ ।
ଆସନ୍ତୁ, ମା’ଙ୍କର ଶରଣାପନ୍ନ ହେବା ।
ଚନ୍ଦ୍ର ହାସୋ ଉଜ୍ୱାଳାକରା ଶାର୍ଦ୍ଦୁଳ ବରବାହିନୀ,
କାତ୍ୟାୟନୀ ଶୁଭଂ ଦ୍ମା ଦେବୀ ଦାନବଘାତିନୀ ।ା

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ