ଧରିଲେ ଧର ପେସା ଛାଡିବୁନି କି ସୁଧୁରିବୁନି !
କୁକୁଡାଖଣ୍ଡି(ଯୁଗାବ୍ଦ ନ୍ୟୁଜ)ଥାନା ଠାରୁ ମାତ୍ର ୧କମି ଦୂର ଠାକୁରାଣୀ ମନ୍ଦିର ନିକଟ ରାସ୍ତାରେ ଚାଲିଥିଲା ଜୂଆ ଆଡ୍ଡା ।ଏହା ନୂଆ ନୁହେଁ ପୂବରୁ ମଧ୍ୟ ଦୁଇ ଥର ସେହିସ୍ଥାନରେ ପୋଲିସ ଚଢଉ କରିଥିଲା।ତଥାପି ଖାତିର ନକରି ଜୁଆଡି ମାନେ ଖେଳ ଚାଲୁ ରଖିଥିଲେ।ସୂଚନା ମୁତାବକ ଆକୁଂଶପୁର ଠାକୁରାଣୀ ମନ୍ଦିର ନିକଟରେ ଥିବା ଏକ ମୋବାଇଲ ଟାଓ୍ବାର ରେ ବହୁଦିନ ଧରି ଚାଲିଥିଲା ଜୁଆଆଡ୍ଡା ।ଚାଲିଥିବା ସ୍ଥାନ ନିକଟରେ ୨ଟି ସ୍କୁଲ ମଧ୍ୟ ରହିଛି।ରବିବାର ଥାନା ଅଧିକାରୀ ସନ୍ତୋଷିନୀ ଓରାମ କଂ ନେତୃତ୍ବରେ ପୋଲିସ ଟିମ ଚଢଉ କରି ଘଟଣାସ୍ଥଳରୁ ନଗଦ୫ହଜାର ଟଙ୍କା ,ତାସକାଟା,ସହ ଇ.ସେଲପତି ଦୋରା,ବି.ରାଜ ଗୋପାଲ ଦୋରା,ଡି.ମୁନାରାଓ,ଇ.ସନ୍ତୋଷ ରାଓ କୁଂ ଗିରଫକରି କୋଟ ଚାଲାଣ କରିଛି।ଚଢଉ ହେଉଛି କୋଟଚାଲାଣ ହେଉଛନ୍ତି ତଥାପି ନିଶା କୁ ଛାଡିପାରୁନାହାନ୍ତି ଜୁଆଡି,ଏମିତି ଅବସ୍ଥାରେ ମଧ୍ୟ ପୋଲିସ ବି ନାଚାର ।