କୋଦଳା ଏନଏସି ରେ ଲୋକଙ୍କୁ କଲବଲ କରୁଛି ମଶା; ସ୍ଵଛତାକୁ ନେଇ ପ୍ରଶ୍ନ!

କୋଦଳା,(ଗୁଲସନ କୁମାର କର) : ବିଶ୍ୱ ସଂକ୍ରମଣ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକେ ନିଜକୁ ସୁରକ୍ଷା ଦେବା ସହ ପ୍ରଶାସନ ଜନସାଧାରଣଙ୍କ ପାଖରେ ସଚେତନତା ବାର୍ତ୍ତା ଅବଲମ୍ବନ କରିଛନ୍ତି l କରୋନା କବଳରୁ ଲୋକେ ସଚେତନତା ରହିବା ବେଳେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ମଶା ଉପଦ୍ରଵ ଲୋକଙ୍କ ପାଇଁ କାଳ ହୋଇଛି l ସହରରେ ୧୩ଟି ୱାର୍ଡ ଥିଲେ ମଧ୍ୟ ସନ୍ଧ୍ୟା ହେଲେ ଏନଏସିର ପ୍ରତ୍ୟେକ ସାହିରେ ମଶାଙ୍କର ଉପଦ୍ରଵ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଫଳରେ ମ୍ୟାଲେରିଆ କି ଡେଙ୍ଗୁ ଜ୍ଵର ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି l ଏନଏସିର ଡ୍ରେନ ଗୁଡିକ ବିଲକୁଲ ସଫା ହେଉନାହିଁ l ଯେତେବେଳେ ପ୍ରଶାସନ ପରିଦର୍ଶନରେ ଆସୁଥିବା ଶୁଣିବା କ୍ଷଣି ସେତେବେଳେ ଡ୍ରେନ, ନାଳନର୍ଧମା କେଁ ଭେଁ ସଫା ହେଉଥିବା ଦେଖିବାକୁ ମିଳିଛି l ଏନଏସିର କେତୋଟି ସାହିରେ ଡ୍ରେନ ନଥିବାରୁ ନର୍ଦମା ଜଳ ରାସ୍ତା ମଝିରେ ଦୁର୍ଗନ୍ଧ ସୃଷ୍ଟି ହେଉଛି l ଯାହାଫଳରେ ମଶା ବଂଶର ବୃଦ୍ଧି ଘଟୁଛି l ଡ୍ରେନ ଗୁଡିକ ଖୋଲା ରହିଥିବା ବେଳେ ବ୍ଲିଚିଙ୍ଗ ପାଉଡରର ବିନିଯୋଗ ଆଦୌ ହେଉନାହିଁ l ସାଧାରଣ ଜନତା ପରିବେଶ ଉପରେ ଅଭିଯୋଗ କରିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ  ଏବଂ ଲୋକଙ୍କୁ ମଧୁର ବଚନ କହି କାର୍ଯ୍ୟନିର୍ବାହୀ ଅଧିକାରୀ ବୁଝେଇ ଦେଉଥିବା ଅଭିଯୋଗ ହେଉଛି l ପରିବେଶ ପାଇଁ କୋଦଳାରେ ଘନ ଘନ ପ୍ରଚାର ହେଉଥିଲେ ମଧ୍ୟ ତାହା ପ୍ରଚାର ପ୍ରସାରରେ ହିଁ ସୀମିତ l ଲୋକଙ୍କ ସୁରକ୍ଷା କାର୍ଯ୍ୟରେ କୌଣସି ସୁବିଧା ହେଉନାହିଁ l ଏନଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ ହେଉଛି l ତେଣୁ କୋଦଳା ସହରକୁ ସ୍ୱଛତା ସୁନ୍ଦର କରିବା ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ