ଆରାମକୋ ଉପରେ ଆକ୍ରମଣର ପ୍ରଭାବ, ଅଶୋଧିତ ତେଲ ଦର ବଢ଼ିଲା ୧୦ ପ୍ରତିଶତ
ୱାଶିଂଟନ: ଆଜି ଅଶୋଧିତ ତେଲ ଦର ୧୦ ପ୍ରତିଶତ ବଢ଼ିଛି । ସାଉଦି ଆରବରେ ଥିବା ତୈଳ କମ୍ପାନୀ ଆରାମକୋର ଦୁଇଟି ପ୍ଲାଣ୍ଟ ଉପରେ ଆକ୍ରମଣ ହେବା ପରେ ଏହାର ପ୍ରଭାବ ବିଶ୍ୱର ତେଲ ବଜାର ଉପରେ ପଡ଼ିଛି । ସାଉଦି ଆରବ ସାରା ବିଶ୍ୱକୁ ୯.୮ ନିୟୁତ ବାରେଲ୍ ଅଶୋଧିତ ତେଲ ଯୋଗାଉଥିବା ବେଳେ ଏବେ ଏହା ଅଧା ଯୋଗାଉଛି । ଯାହାକୁ ନେଇ ଏବେ ବିଶ୍ୱର ତେଲ ବଜାର ଏବେ ସଙ୍କଟରେ ପଡ଼ିବାକୁ ଯାଉଛି । କାରଣ କେବେ ଆରାମକୋ ତୈଳ କମ୍ପାନୀରେ ସ୍ଥିତି ୱାଭାବିକ୍ ହେବ ସେ ବାବଦରେ କୌଣସି ସଠିକ ସୂଚନା ମିଳି ପାରି ନାହିଁ । ତେଣୁ ବିଶାଧିତ ତେଲର ଦାମ ମଧ୍ୟ ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଏବେ ଆମେରିକାରେ ଅଶାଧିତ ତେଲର ଦାମ ୧୦ ପ୍ରତିଶତ ବଢ଼ି ବାରେଲ ପିଛା ୫.୬୧ ଡଲାରରୁ ୧୦. ୪୬ ଡଲାର ହୋଇଛି । ସାରା ବିଶ୍ୱକୁ ଆରାମକୋ ସବୁଠୁ ଅଧିକ ଅଶୋଧିତ ତେଲ ଯୋଗାଇ ଥାଏ । କହିବାକୁ ଗଲେ ତିନି ଭାଗରୁ ଗାଟିଏ ଭାଗ । ମୁଖ୍ୟତଃ ସାଉଦି ଆରବର ଅଶାଧିତ ତେଲ ଉପରେ ଚାଇନା, ଜାପାନ, ଦକ୍ଷିଣ କାରିଆ, ଭାରତ ଏବଂ ଆମେରିକା ନିର୍ଭର କରିଥାଏ । ଚାଇନା ୧.୮୮ ନିୟୁତ ବାରେଲ୍ ଅଶୋଧିତ ତେଲ, ଜାପାନ୍ ୧.୦୨ ନିୟୁତ ବାରେଲ୍, ସାଉଥ କାରିଆ ୦.୮୯ ବାରେଲ୍, ଭାରତ ୦.୭୪ ବାରେଲ୍ ଏବଂ ଆମେରିକା ୦.୫୮ ବାରେଲ୍ ତେଲ ଆମଦାନୀ କରିଥାଏ । ଏବେ ଆରାମକୋ ପ୍ଲାଣ୍ଟରେ ୱାଭାବିକ୍ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକ୍ରିୟା ଜାରି ରହିଛି । ଆଜି ସୁଦ୍ଧା ଡ୍ରାନ୍ ଆକ୍ରମଣରେ ପ୍ରଭାବିତ ହୋଇଥିବା ପ୍ଲାଣ୍ଟର ୧ ପ୍ରତିଶତ ୱାଭାବିକ ଅବସ୍ଥାକୁ ଫେରିଆସିବ ବୋଲି ଜଣାପଡ଼ିଥିବା ବେଳେ ସମ୍ପୂର୍ଣ୍ଣ ୱାଭାବିକ ହେବାକୁ ସପ୍ତାହେରୁ ଅଧିକ ଦିନ ଲାଗିବ ବୋଲି ଜଣାପଡ଼ିଛି । ଅନ୍ୟପଟେ ଆରାମକୋ ପ୍ଲାଣ୍ଟ ଉପରେ ଆଉ ଥରେ ୟେମେନର ହୁତି ବିଦ୍ରୋହୀ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରନ୍ତି ବୋଲି ଜଣାପଡ଼ିଛି । ତେଣୁ ବିଦେଶୀ ନାଗରିକଙ୍କୁ ସଂପୃକ୍ତ ସ୍ଥାନ ଛାଡ଼ିଯିବାକୁ ନିର୍ଦ୍ଦେଶ ଦେଇଛି ସ୍ଥାନୀୟ ପ୍ରଶାସନ । ଆରାମକୋ ସାଉଦି ଆରବର ରାଷ୍ଟ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କମ୍ପାନୀ ଅଟେ । ଡ୍ରୋନରେ ହୋଇଥିବା ଏହି ଆକ୍ରମଣ ପାଇଁ ୟେମେନରେ ଥିବା ହୁତି ବିଦ୍ରୋହୀ ନିଜକୁ ଦାୟୀ କରିଛି । ଏ ନେଇ ସାଉଦି ଆରବର ପ୍ରମୁଖ ଗଣମାଧ୍ୟମ ଅଲ୍-ମଶିରାହ ଜରିଆରେ ହୁତି ବିଦ୍ରୋହୀ ସୂଚନା ଦେଇଥିଲେ । ଆକ୍ରମଣ ପାଇଁ ୧୦ଟି ଡ୍ରାନ୍ ହୁତି ବିଦ୍ରାହୀ ବ୍ୟବହାର କରିଥିଲେ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ବିଶ୍ୱର ସବୁଠୁ ବଡ଼ ଏହି ତେଲ କମ୍ପାନୀ ଉପରେ ଆତଙ୍କବାଦୀ ନଜର ରଖିଥାନ୍ତି । ୨୦୦୬ରେ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ସାଉଦି ଆରବର ଏହି ରାଷ୍ଟ୍ରୀୟ ତେଲ କମ୍ପାନୀ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା । ହେଲେ ଏହା ବିଫଳ ହାଇଥିଲା ।


