ବାଲିପୋଖରୀ ଅଞ୍ଚଳରେ ବ୍ୟାପକ ଚୋରା ବାଲି ଚାଲାଣ ବୃଦ୍ଧି

ଭଣ୍ଡାରିପୋଖରୀ,(ଦୁର୍ଯ୍ୟଧନ ଲେଙ୍କା): ଗତ କିଛିଦିନ ତଳେ ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ଅଞ୍ଚଳର ଜଣେ ବାଲି ଚୋରଙ୍କ ସହିତ ତତ୍କାଳୀନ ଥାନାଧିକାରୀଙ୍କ ଅଡିଓ ଭାଇରାଲ ହୋଇଥିଲା | ଯାହା ଫଳରେ ଥାନାଧିକାରୀଙ୍କୁ ପୋଲିସ ମହାନିର୍ଦେଶକ ନିଲମ୍ବିତ କରିଥିଲେ |ଘଟଣା ଯଦିଓ ଉଚ ସାପେକ୍ଷ ଭଳି ମନେହୁଏ ତଥାପି ଏହା ପରେ ଆଉ ବାଲି ଚୋରି ହେବନାହିଁ ବୋଲି ଲୋକେ ଭାବିଥିଲେ | କିନ୍ତୁ ବାସ୍ତବ ପକ୍ଷେ ଚିତ୍ର ଅଲଗା ଜଣାପଡୁଛି | ବାଲିପୋଖରୀ ଅଞ୍ଚଳରେ ଏବେଭି ପୂର୍ବ ଭଳି ରାତି ଦିନ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି | ବୈତରଣୀ ନଦୀର କୁମ୍ଭାରିଆ ,କୋରକୋରା,ବାଲିପୋଖରୀ ବିଦ୍ୟାଳୟ ନିକଟ ଘାସ ସହିତ ଚର୍ଚିତ ଏସକେପ ପାର୍ଶ୍ୱରୁ ମଧ୍ୟ ଅହରହ ବାଲି ଚାଲାଣ ହେଉଛି | ବାଲିଗାଡି ଯାଉଥିବା ରାସ୍ତା ପାର୍ଶ୍ୱରେ ଜଗନ୍ନାଥପ୍ରସାଦ ଓ ରଂଜିତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଥିଲେ ସୁଦ୍ଧା ରାଜସ୍ୱ ଚୋରିକୁ ନଜର ଦେଉନଥିବା ମନେ ହୁଏ | ତା ଛଡା ଗୋଟିଏ ବାଲି ଟ୍ରାକ୍ଟର ନଦୀରୁ ବ୍ଲକ ଅଞ୍ଚଳର ଯେକୌଣସି ସ୍ଥାନକୁ ଗଲେ ସ୍ଥଳ ବିଶେଷରେ ୩୦ ରୁ ୪୫ ମିନିଟ ସମୟ ଲାଗୁଛି | ଏପରି ଥଲେ ସ୍ଥାନୀୟ ଥାନା ଓ ତହସିଲଦାର ଚାହିଁଲେ କଛପ ଗତିରେ ଯାଉଥିବା ଚୋର ଚାଲାଣ ବାଲି ଗାଡିକୁ ଧରି ରାଜସ୍ୱ ଚୋରିକୁ ବନ୍ଦ କରିପାରନ୍ତେ | ହେଲେ ସେଭଳି କିଛି ହେଉନଥିବାରୁ ଏବେଭି ସୁଦ୍ଧା ଚାଲାଣ କାରୀଙ୍କୁ ସରକାରୀ ସ୍ଥରରେ ନିର୍ଭୟ ବାଣୀ ମିଳୁଥିବା ଅନୁମାନ କରାଯାଉଛି | ସର୍ବପରି ଚୋରା ବାଲି ଚାଲାଣ ରୋକିବାରେ ପ୍ରଶାସନ ସମ୍ପୂର୍ଣ୍ଣ ଆନ୍ତରିକତା ପ୍ରଦର୍ଶନ କରୁନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ