ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଧାସହରର(ଓ୍ବାଇଏନଏସ): ଧାମନଗର ବ୍ଳକ ଅନ୍ତର୍ଗତ ଚୁଡ଼ାକୁଟି ପଞ୍ଚାୟତ ଅଧିନସ୍ଥ ତାମ୍ପଳା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରବୀଣା ପରମାଣିକଙ୍କ ଚାକିରୀର ଶେଷ ଦିନ ବିଦ୍ୟାଳୟ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବୁଧବାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସାହୁଙ୍କ ସଭାପତିତ୍ବ କରିଥିବାବେଳେ ସହକାରୀ ଶିକ୍ଷକ ବିଜୟ ସାହୁ ସଭା ସଞ୍ଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କସ୍ତୁରୀ ବିଶ୍ୱାଳ,ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ସତ୍ୟ ସୁନ୍ଦର ପରିଡ଼ା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ଜ୍ଞାନରଞ୍ଜନ ମହାକୁଡ଼,ସମାଜସେବୀ ପ୍ରଶାନ୍ତ ସାହୁ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନସ ଘୋଷ,ବିଭୂତି ବାରିକ, ଉପସଭାପତି,ସଭ୍ୟ ସଭ୍ୟା,ଏସ ଏଚ୍ ଜୀ ଗ୍ରୁପର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟର ପରିବେଶ ସୁରକ୍ଷା,ଉନ୍ନତି,ଶିକ୍ଷାଦାନ ଶୈଳୀ ଓ ବ୍ୟକ୍ତିତ୍ଵ ଏହି ତାଙ୍କର କର୍ମମୟ ଜୀବନ ସମ୍ପର୍କରେ ଅତିଥି ନିଜ ନିଜର ବକ୍ତବ୍ୟରେ ଆଲୋକପାତ କରି ଦିଦିଙ୍କ ଅବସର ବିଦ୍ୟାଳୟ ଜଣେ ଭଲ ଲୋକଙ୍କୁ ହରାଇଥିବା କହିଛନ୍ତି। ବିଦ୍ୟାଳୟ ତରଫରୁ ଅତିଥି ଏବଂ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଉପଢୌକନ,ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ସହକାରୀ ଶିକ୍ଷକ ମଳୟ ମୁଦୁଲି ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ