ଡ୍ରାଇଭର ଦିବସ ଅବସରରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ଯୋଡ଼ା -ଡ୍ରାଇଭର ଦିବସ ଅବସରରେ କେନ୍ଦୁଝର ଜିଲା ଯୋଡା ରୋଟାରି କ୍ଲବ ଓ ଇଣ୍ଡିଆନ୍ ଅଏଲ କର୍ପୋରେସନ ର ମିଳିତ ସହଯୋଗରେ ସୋମବାର ପୂର୍ବାହ୍ନ ୧୧ ଟା ସମୟରେ ଏକ ସ୍ୱାସ୍ଥ୍ୟ ଶିବିର ଯୋଡାସ୍ଥିତ ଲା ଫ୍ୟୁଲ୍ ପମ୍ପ ନିକଟରେ ଆୟୋଜିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରକୁ ଇଣ୍ଡିଆନ୍ ଅଏଲ କର୍ପୋରେସନ ସେଲ୍ସ ଅଫିସର ବିପିନି ବିହାରୀ ମିଂଜ ଉଦଘାଟନ କରିଥିଲେ । ଏହି ଶିବିରରେ ଯୋଡା ଅଂଚଳର ପ୍ରାୟ ୧୩୦ ଜଣ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ମାଗଣା ଔଷଧ ଗ୍ରହଣ କରିଥିଲେ । ଏହି ଶିବିରରେ ଟିଏସଆରଡିଏସର ଡାକ୍ତର ଡା. ଅନମୋଲ ନୀଗା, ଡା. ନରେଶ ମୁଣ୍ଡା, ଫାର୍ମାଷିଷ୍ଟ ଜୋସ୍ନା ରାଣୀ, ଟାଟାଷ୍ଟିଲ ଡାକ୍ତରଖାନାର ଡାକ୍ତର ଡା. ଏ.କେ. ରଏ, ଡା. ବି.କେ ପାଲ ଓ ଟାଟାଷ୍ଟିଲ ଅଧିକାରୀ ତନ୍ମୟ କର ଉପସ୍ଥିତ ରହି ଲୋକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ପ୍ରଦାନ କରିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଟ୍ରକ, ଡ୍ରମ୍ପର, ବସ୍ ଓ ଅନ୍ୟ ଗାଡିର ଡ୍ରାଇଭର ତଥା ତାଙ୍କର ପରିବାର ସଦସ୍ୟ ମାନଙ୍କୁ ରୋଟାରୀ କ୍ଲବ ପକ୍ଷରୁ ଏହି ଶିବିରକୁ ଆମନ୍ତ୍ରିତ କରାଯାଇଥିଲା । ଏହି ଶିବିରକୁ ଯୋଡା ରୋଟାରି କ୍ଲବର ସଦସ୍ୟ ତାରିଣୀ ପ୍ରସାଦ ମହାନ୍ତି, ଜିତେନ୍ଦ୍ର ବୈଦ୍ୟ, ବି.ଡି ସାହୁ, ପ୍ରକାଶ ମହାନ୍ତି, ବିକାଶ ମହାନ୍ତି, ମାନସ ରଂଜନ ମହାନ୍ତି, ସ୍ୱରୂପ ପଣ୍ଡା, ରାକେଶ ସିଂଘାଣିଆ, କିସାନ ଗୁପ୍ତା, ଦିପକ ବିହାରୀ, ସୁନିଲ କୁମାର ବାସୋତିଆ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏଥି ସହିତ ବିଭିନ୍ନ ବ୍ୟାଙ୍କର ଅଧିକାରୀ ମାନେ ଉପସ୍ଥିତ ଥିଲେ ।