ସୁର୍ଯ୍ୟବୈଦ୍ୟ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀନୀ ହେଲେ
ଖଲ୍ଲିକୋଟ (ଯୁଗାବ୍ଦ ନ୍ୟୁଜ ) ଦୀର୍ଘ ଦିନର କସରତ ପରେ ବିଜେଡି ର ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଖଲ୍ଲିକୋଟ ସଂରକ୍ଷିତ ନିର୍ବାଚନ ମଣ୍ଡଳୀର ବିଜେଡି ପାର୍ଥିନି ଭାବେ କେଶପୁର ପଂଚାୟତ ର ସମିତିସଭ୍ୟା ଶ୍ରୀମତୀ ସୂର୍ୟ୍ୟମଣି ବୈଦ୍ୟଙ୍କୁ ବିଜେଡି ଟିକଟ ମିଳିବା ପରେ ସମସ୍ତ କଳ୍ପନା ଜଳ୍ପନା ର ଅବସାନ ଘଟିଛି ନ୍ଦ ଶ୍ରୀମତୀ ବୈଦ୍ୟ ତେନ୍ତୁଳିଆପଲ୍ଲୀ ସମିତିସଭ୍ୟ ଯୁବନେତା ଦୈତାରୀ ବେହେରାଙ୍କ ପତ୍ନୀ ଅଟନ୍ତି ନ୍ଦ ସେ ଜଣେ ମ୍ୟାଟ୍ରିକ ପାସ କରିଥିବା ଗୃହିଣୀ ଅଟନ୍ତି ନ୍ଦ ଗତ ୨୦୧୪ ମସିହା ଠାରୁ ଯୁବନେତା ଦୈତାରୀ ବେହେରା ବିଜେଡି ରେ ଏକ ଅସନ୍ତୁଷ୍ଟ ଗୋଷ୍ଠୀ ଗଠନ କରି ଖଲ୍ଲିକୋଟ ପଂଚାୟତ ସମିତି , ଖଲ୍ଲିକୋଟ ଏନ .ଏ.ସି. ଆତ୍ମା ଅଧକ୍ଷ ପଦବୀ ଓ ଖୋଜାପଲ୍ଲୀ ସରପଂଚ ଓ ନାଏବ ସରପଞ୍ଚ ପଦବୀ ଖଲ୍ଲିକୋଟ ବିଧାୟକଙ୍କ ହାତରୁ ଛଡାଇ ନେବା ପରେ ସୁଜ୍ଞାନୀ ଦେବୀଙ୍କ ପ୍ରୋସ୍ଛାହନ ରେ ଖଲ୍ଲିକୋଟ ବିଧାୟକଙ୍କୁ ହଟାଇବା ପାଇଁ ଲଗାତାର ଉଦ୍ୟମ ଜାରି ରଖିଥିଲେ ନ୍ଦ ତେବେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ , ସୂର୍ୟ୍ୟମଣି ବୈଦ୍ୟଙ୍କୁ ଦଳୀୟ ଟିକଟ ଦେଇ ମହିଳା କାର୍ଡ ଖେଳିଥିବା ବେଳେ ଏକ ନୂତନ ରାଜନୀତିକ ସମୀକରଣ ସୃଷ୍ଟି କରିଛନ୍ତି ନ୍ଦ ତେବେ ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କୁ କବିସୂର୍ୟ୍ୟନଗର ଆସନ ପାଇଁ ଦଳୀୟ ଟିକଟ ନ ମିଳିବାରୁ ଖଲ୍ଲିକୋଟ ସହର ଓ ଆଖପାଖ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ନ୍ଦ ତେବେ ଖଲ୍ଲିକୋଟ ବିଧାୟକ ଶ୍ରୀ ପୁର୍ଣ ଚନ୍ଦ୍ର ସେଠୀଙ୍କ ସହ ଯୋଗାଯୋଗ କରିବାରେ ଖୁବ ଶୀଘ୍ର ସେ ତାଙ୍କର କର୍ମୀ ମାନଙ୍କ ସହ ଯୋଗାଯୋଗ କରି ଠୋସ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ ନ୍ଦ