ଉପନିର୍ବାଚନ ପାଇଁ ଜାତୀୟ କଂଗ୍ରେସର ରୋଡ୍ ସୋ

ଜଗତସିଂହପୁର, (ଅନସୂୟା ରାଉତ):ଆଜି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜାତୀୟ କଂଗ୍ରେସ ତରଫରୁ ଏକ ରୋଡ୍ ସୋ ବିରିଡି ବ୍ଲକର ୧୯ ଗୋଟି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା। କୋଭିଡ୍ କଟକଣା ମଧ୍ୟରେ ଦଳର ବରିଷ୍ଠ ନେତା ଗଣେଶ୍ଵର ବେହେରାଙ୍କ ନେତୃତ୍ୱରେ, ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ଚିରଞ୍ଜିବୀ ବିଶ୍ବାଳଙ୍କ ବ୍ୟକ୍ତିଗତ ପରାମର୍ଶ ଦାତା ସମାଜ ସେବୀ ଶ୍ରୀଯୁକ୍ତ ଲିଙ୍ଗରାଜ ମଲ୍ଲ, ହିମାଂଶୁ ମଲିକ୍, ବନ୍ଦିତା ପରିଡା, ସମାଜ ସେବୀ ଦେବୀପ୍ରସାଦ ତ୍ରିପାଠୀ ଓ ବ୍ଲକ୍ ଅଧ୍ୟକ୍ଷ ପଦ୍ମନାଭ ଭୋଇ ପ୍ରଭୃତି ଉପସ୍ଥିତ ହୋଇ କଂଗ୍ରେସର ଆଭିମୁଖ୍ୟ ସରକାର ପରିବର୍ତ୍ତନ ପାଇଁ ଭୋଟର ମାନଙ୍କୁ ଅବଗତ କରାଇଥିଲେ। ଆଜି ବିରିଡି ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ କର୍ମୀ ସାଧାରଣ ଜନତା ଭରଣପୋଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ