ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ଦଶମୀ ପୂଜା ଶେଷ
ଜଗତସିଂହପୁର, (ଅନସୂୟା ରାଉତ):ଆଜି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ଦଶମୀ ପୂଜା ଶେଷ ହୋଇଛି। କୋଭିଡ୍ କଟକଣା ହେତୁ ଚଳିତବର୍ଷ ଜଗତ୍ ଜନନୀ ମାଙ୍କର ଶୁଭାଶୀର୍ବାଦରୁ ଶ୍ରଦ୍ଧାଳୁ ମାନେ ବାଦ୍ ପଡିଛନ୍ତି ବୋଲି ଦୁଃଖର ସହିତ ପ୍ରକାଶ କରିଛନ୍ତି। ଆଉ ବର୍ଷକ ପରେ ମାଙ୍କର ଦର୍ଶନ କରିବାକୁ ଆଶାବାନ୍ଧି ବସିଛନ୍ତି। ଆଜି ଜଗତସିଂହପୁର ଗୋପାଳ ସାଗର, କଲେଜ୍ ଛକ, କୋର୍ଟ ଛକ, ବଡବଜାର, ବସ୍ ଷ୍ଟାଣ୍ଡ୍,ବଙ୍ଗଳାଛକ,ଦୁର୍ଗାବଜାର,ଯୋଗଧାରୀ,ହାଟଵଜାର ଆଦି ସ୍ଥାନରେ ମାଙ୍କର ପୂଜାର୍ଚ୍ଚନା ଶେଷହୋଇଥିଲା। ସେହିପରି ବାଲିକୁଦାର କାଠ ଗୋଲା ଛକ, ବସ୍ ଷ୍ଟାଣ୍ଡ୍, ହାଟଛକ, କଣିଆ ଛକ, ବ୍ଲକ୍ ଛକ,ବାହାରଣାର କୋଠି ବଜାର, ମୁଳୁଗାଁ ପଞ୍ଚାୟତର ନାଗ ବ୍ରହ୍ମ ପୁରଠାରେ ଦଶମୀ ପୂଜା ଶେଷ ହୋଇଛି। ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଆଡମ୍ବର ବିହୀନ ଥିଲା। ଦେଶରୁ ଶୀଘ୍ର କରୋନା ମହାମାରୀ ଦୂର ହୋଇ ଯାଉ ବୋଲି ଶ୍ରଦ୍ଧାଳୁ ଗଣ ଜଗତ୍ ଜନନୀ କରୁଣା ମୟୀଙ୍କ ନିକଟରେ ଆକୁଳ ପ୍ରାର୍ଥନା କରିଥିଲେ।


