ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୪୯ଲିଟର ଚୋରା ଦେଶିମଦ ଜବତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪୯ ଲିଟର ଚୋରା ଚୋରା ଦେଶିମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକଙ୍କ ନେତୃତ୍ୱରେ ଅବକାରୀ ସବ୍ଇନିସପେକ୍ଟର ସରୋଜ କୁମାର ବାଗ୍ଙ୍କ ଦ୍ୱାରା ଚଢାଉ କରାଯାଇ ପାରାଦୀପ ଲକ ଥାନା ଅନ୍ତର୍ଗତ ଭୁତୁମୁଣ୍ଡାଇ ଗ୍ରାମର ସ୍ୱର୍ଗତ ଅଭିନ୍ନ ମହାପାତ୍ରଙ୍କ ପୁଅ ଅନୁଜ ମହାପାତ୍ରଙ୍କ ଠାରୁ ୪୫ଲିଟର ଚୋରା ଆଡି ଲିକର ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ସେହିପରି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବଳଗଣ୍ଡି ଗ୍ରାମର ସ୍ୱର୍ଗତ ଅଚ୍ୟୁତାନନ୍ଦ ସାହୁଙ୍କ ପୁଅ ହୃଷିକେଶ ସାହୁଙ୍କ ଠାରୁ ୪ ଲିଟର ଆସ୍କାଫର୍ଟି ଚୋରାମଦ ଅବକାରୀ ବିଭାଗ ଜବତ କରି ତାଙ୍କୁ ଗିରଫ କରିଥିବା ଅବକାରୀ ବିଭାଗ ସବଇନସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି । ଏହି ଚଢାଉରେ ଅବକାରୀ ବିଭାଗର ଏ.ଏସ.ଆଇ ନୁରୁଲ ରହିମ, କନେଷ୍ଟବଳ ସୁନିଲ କୁମାର ମିଶ୍ର , ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।