ହୋଲି ପାଇଁ ଚଳଚଂଚଳ ହିଞ୍ଜିଳିକାଟୁ

ହିଞ୍ଜିଳିକାଟୁ (ଶେଷଦେବ ସାହୁ) : ଆସନ୍ତା ଗୁରୁବାର ଦିନ ଦୋଳପୁର୍ଣ୍ଣିମା ଓ ତା ପର ଦିନ ଅର୍ଥାତ ଶୁକ୍ରବାର ଦିନ ରଙ୍ଗର ପର୍ବ ହୋଲି । ରଙ୍ଗର ପର୍ବ ହୋଲିକୁ ଆନନ୍ଦ ଉଲ୍ଲାସର ପାଳନ କରିବାକୁ ବର୍ତମାନ ଠାରୁ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକ ଚଳଚଂଚଳ ହୋଇପଡ଼ିଛି । ସହର ଠାରୁ ଗ୍ରମାଂଚଳ ପର୍ଯ୍ୟନ୍ତ ବିଭିନ୍ନ ସାହି ବସ୍ତିରେ ଖୋଲିବାରେ ଲାଗିଛି ରଙ୍ଗ ବେରଙ୍ଗର ରଙ୍ଗଦୋକାନ । ହୋଲି ଦିନଟିକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଅଂଚଳର ଯୁବଗୋଷ୍ଠୀ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି ।
ସହରର ବିଭିନ୍ନ ସ୍ଥାନରେ ଖୋଲିଥିବା ରଙ୍ଗ ଦୋକାନ ଗୁଡ଼ିକରେ ବିଭିନ୍ନ ଭେରାଇଟିର ରଙ୍ଗ, ପିଚିକାରୀ, ଟୋପି, ଚଷମା ଉପଲବ୍ଧ ହେଉଛି । ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରାୟ ସବୁ ରଙ୍ଗ ସାମଗ୍ରୀର ଦର ଆଶାତୀତ ଭାବେ ବୃଦ୍ଧି ପାଇଥିଲେ ସୁଦ୍ଧା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକରେ ବେପାର ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ସହରରେ ଥିବା ଲକ୍ଷ୍ମୀ ବଜାରର ବିଭିନ୍ନ ରଙ୍ଗ ଦୋକାନ ଗୁଡ଼ିକରେ ବେପାର ଚାଲିଥିବା ବେଳେ ଆଗାମୀ ଦିନରେ ବେପାର ନିଶ୍ଚିତ ଭାବେ ଭଲ ବ୍ୟବସାୟ ହେବାର ସମ୍ଭାବନା ରହିଛି ବୋଲି ବହୁ ରଙ୍ଗ ବ୍ୟବସାୟୀ ଆଶା ରଖିଛନ୍ତି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବିଭିନ୍ନ ରଙ୍ଗ ଦୋକାନରେ ଗ୍ରାହକଙ୍କସଂଖ୍ୟା ଜମୁଥିବା ବେଳେ ଆଜି କିମ୍ବା କାଲି ଆହୁରି ଅନେକ ଅସ୍ଥାୟୀ ରଙ୍ଗ ଦୋକାନ ଖୋଲିବାର ସମ୍ଭାବନା ରହିଛି । ଛୋଟ ଛୋଟ ପିଲାଙ୍କ ହୋଲି ଖେଳିବା ପାଇଁ ଆବଶ୍ୟକ ପଡ଼ୁଥିବା ପିଚିକାରୀ ଓ ଅନ୍ୟାନ ସାମଗ୍ରୀ ଗୁଡ଼ିକର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଙ୍ଗର ପର୍ବ ହୋଲିକୁ ଅଧିକ ଆକର୍ଶଣୀୟ କରିବା ପାଇଁ ସହରାଂଚଳ ଓ ଗ୍ରାମାଂଚଳର ଯୁବଗୋଷ୍ଠୀ ସଜବାଜ ହେଉଥିବା ଦେଖିବାକୁ ମିଳିଛି । ଅପର ପକ୍ଷରେ ଗତ ଶନିବାର ଠାରୁ ଫଗୁ ଦଶମୀ ତଥି ଠାରୁ ହିଞ୍ଜିଳିକାଟୁ ଏବଂ ଏହାର ଆଖପାଖ ଅଂଚଳରେ ଦୋଳଯାତ୍ରା ଆରମ୍ଭ ହୋଇଛି । ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନରୂପୀ ଭଗବାନଙ୍କୁ ଦର୍ଶନ କଲେ ସାଂସାରିକ ମୋହ ମାୟା କବଳରୁ ମୁକ୍ତି ମିଳିଥାଏ ବୋଲି ଲୋକପ୍ରଥା ପ୍ରଚଳିତ ହୋଇଆସୁଛି । ସଂସ୍କୃତି ସମ୍ପନ୍ନ ହିଞ୍ଜିଳିକାଟୁ ସହରର ରାଧାକୃଷ୍ଣ ମନ୍ଦିର, ବଇଁଛବଣିଆ ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ଗୋପିନାଥ ମନ୍ଦିର ଏବଂ ନିକଟବର୍ତି ଅଂଚଳରେ ଦୋଳପୂର୍ଣ୍ଣିମା ଓ ହୋଲିର ମାହୋଲ ଜମିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ