ସ୍ମାର୍ଟଫୋନଗୁଡ଼ିକରୁ ହୋଇଥାଏ ସବୁଠୁ ଅଧିକ ବିକିରଣ
ସ୍ମାର୍ଟଫୋନ୍ ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି । ସମୟ ସହ ଭାରତରେ ସ୍ମାର୍ଟଫୋନର ଗ୍ରାହକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସ୍ମାର୍ଟଫୋନରୁ ବାହାରୁଥିବା ବିକିରଣ ୟୁଜରଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି । ଯାହାକୁ ନେଇ ଏକ ରିପୋର୍ଟ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ କେଉଁ ସ୍ମାର୍ଟଫୋନରେ ଅଧିକ ବିକିରଣ ଛଡ଼ାଯାଉଛି । ସ୍ମାର୍ଟଫୋନ ଯୋଗୁଁ ୟୁଜରଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି ଏବଂ ଏହା ଦ୍ୱାରା କ୍ୟାନସରଠୁ ଆରମ୍ଭ କରି ଅନ୍ୟାନ୍ୟ ଗମ୍ଭୀର ରୋଗ ହେବାର ଆଶଙ୍କା ରହିଥାଏ । ଜର୍ମାନୀର ଷ୍ଟାଟିଷ୍ଟିକ୍ସ ଫର୍ମ ଷ୍ଟାଟିଷ୍ଟା ଏକ ରିପୋର୍ଟ ଜାରି କରି କହିଛି ଯେ କେଉଁ ସ୍ମାର୍ଟଫୋନ୍ କେତେ ରେଡିଏସନ୍ ବାହାର କରୁଛି । ଯଦି ଆପଣ ସ୍ମାର୍ଟଫୋନ ବିକିରଣଠୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ ଯେତେ ସମ୍ଭବ ମୋବାଇଲ୍ ଫୋନକୁ ଆପଣଙ୍କ ଶରୀରଠୁ ଦୂରରେ ରଖନ୍ତୁ ।