ଆଉ ଜଣେ କରୋନା ଯୋଦ୍ଧାଙ୍କ ବିୟୋଗ; ବ୍ରାହ୍ମଣୀଗାଁ ଅଞ୍ଚଳରେ ଶୋକରଛାୟା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକର  ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବ୍ରାହ୍ମଣୀଗାଁ ଗ୍ରାମର ବସନ୍ତ କୁମାର ପରିଛା(୪୦) ନାମକ ଏକ ବ୍ୟକ୍ତିଙ୍କ ଶୁକ୍ରବାର  ଦେହାନ୍ତ ଘଟିଛି। ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ମୃତ ବ୍ୟକ୍ତିଜଣକ ବାଲିଗୁଡା ଉପଖଣ୍ଡ ଡାକ ବିଭାଗର ଜଣେ କର୍ମଚାରୀ ଥିଲେ। ଗତ ଅଗଷ୍ଟ ମାସରେ ହଠାତ୍‍ ତାଙ୍କ ଦେହ ଅସୁସ୍ଥ ହେବାପରେ ତାଙ୍କୁ ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତି ସମୟରେ ତାଙ୍କର କୋଭିଡ଼୍‍ ପରୀକ୍ଷା ପାଇଁ ଫୁଲବାଣୀ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କର କୋଭିଡ୍‍ ପଜିଟିଭ୍‍ ଜଣାପଡିବା ପରେ ଅଗଷ୍ଟ ମାସ ୨୯ ତାରିଖରେ ଅଧିକ ଚିିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ କୋଭିଡ୍‍ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ସେପ୍ଟେମ୍ବର ୧୬ ରେ ନିଜଗୃହକୁ ଫେରିଥିଲେ। କୋଭିଡ୍‍ ଯୁଦ୍ଧରେ ବିଜୟୀ ହୋଇ ସେ ଘରକୁ ଫେରିିଥିଲେ ମଧ୍ୟ ମୃତ୍ୟୁ ତାଙ୍କ ପିଛା ଛାଡିନଥିଲା । ସେ ପୁଣି ସେ ଅନ୍ୟ ରୋଗରେ ପୀଡିତ ହୋଇ ବିଶାଖାପାଟଣାରେ ଯାଇ ଚିକିତ୍ସିତ ହେବା ହୋଇ ଫେରି ସେ ଔଷଧ ସେବନ କରୁଥିଲେ। କିନ୍ତୁ ପୁଣି ଥରେ ଗତ୨୭ ତାରିଖରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ଆଜି ଶୁକ୍ରବାର ସକାଳୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମରଶରୀରକୁ ବ୍ରହ୍ମଣୀଗାଁ ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇ ପରିବାର ଲୋକ, ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ କୋଭିଡ୍‍ ନିୟମ ପାଳନ କରି ଶବସତ୍କାର କରାଯାଇଛି। ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକରଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ