ନନ୍ଦିଗ୍ରାମରେ କରୋନା ପ୍ରତିଷେଧକ ହୋମିଓପାଥିକ ଔଷଧ ବଂଟନ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଲକ ଜାମୁଗାଁ ପଂଚାୟତ ଅନ୍ତର୍ଗତ ନନ୍ଦିଗ୍ରାମସ୍ଥିତ ପ୍ରସିଦ୍ଧ ଶୈବପୀଠ ନନ୍ଦିକେଶ୍ୱର ମନ୍ଦିର ପରିସରରେ କରୋନା ପ୍ରତିଷେଧକ ହୋମିଓପାଥିକ ଔଷଧ ମାଗଣାରେ ବଂଟନ କରାଯାଇଛି । ଭାରତ ବିକାଶ ପରିଷଦ ଭୁବନେଶ୍ୱର ଶାଖାର ଉପସଭାପତି ତଥା ସ୍ଥାନୀୟ ଅଲଣା ଗ୍ରାମର ଇଂ.ଅକ୍ଷୟ କୁମାର ସାହାଣୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରୋନା ପ୍ରତିଷେଧକ ହୋମିଓପାଥିକ ଔଷଧ ବଂଟନ କରାଯାଇଥିଲା । ପ୍ରଥମେ ପ୍ରଭୁଙ୍କ ପୀଠ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ପରିଷଦ ପକ୍ଷରୁ ଗ୍ରାମବାସୀଙ୍କୁ ମାଗଣାରେ ଔଷଧ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଇଂ.ସାହାଣୀଙ୍କ ସହିତ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ରବିନ୍ଦ୍ରନାଥ ପଟ୍ଟନାୟକ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମର ଶିକ୍ଷକ ତ୍ରିଲୋଚନ ପାଢୀ, ନନ୍ଦିକେଶ୍ୱର ୟୁଥ କ୍ଲବର ସଂପାଦକ ରମାକାନ୍ତ ପାଢୀ, ସଭାପତି ଅନିରୁଦ୍ଧ ପାଢୀ, କ୍ଲବର ସଦସ୍ୟ ଆଶିଷ ବିଶ୍ୱାଳ, ସୌମ୍ୟଜିତ ପରିଡାଙ୍କ ସମେତ ଅନ୍ୟ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ