କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆଠାରେ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ କୋରେନା କଟକଣା ମଧ୍ୟରେ ଆରମ୍ଭ ହୋଇ ଯାଇଛି। ଓଡିଶା ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ତାଙ୍କ ଧର୍ମ ପତ୍ନି ତଥା ପୂର୍ବତନ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରାଙ୍କ ପ୍ରତ୍ୱକ୍ଷ ତତ୍ୱାବଧାନରେ ଗତ ବର୍ଷଠାରୁ ଅନୁଷ୍ଠିତ ହୋଇ ଆସୁଥିବା ଏହି ଗଜଲକ୍ଷ୍ମୀ ପୂଜା ପ୍ରଥମ ଦିନରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲାଲନନ୍ଦା ପ୍ରଧାନ, ରତଙ୍ଗ ସମିତି ସଭ୍ୟ ପ୍ରକାଶ ନାଏକ ଏହି ପୂଜା ଉତ୍ସବରେ ଯୋଗ ଦେଇଥିବା ବେଳେ ସମାଜିକ ଦୂରତା ରକ୍ଷା କରି କେବଳ ପୂଜା କମିଟିର କର୍ମକର୍ତାମାନଙ୍କ ଉପସ୍ଥିତିରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରକାଶ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଏହି ପୂଜା କାର୍ଯ୍ୟରେ କର୍ତ୍ତା ଭାବରେ ଯୋଗ ଦେଇଥିବା ବେଳେ ପୂଜା କମିଟିର ସଭାପତି ବାଳକୃଷ୍ଣ ଜୁଣ୍ଡି, ସମ୍ପାଦକ ଅଶୋକ ପାତ୍ର, କୋଷାଧ୍ୟକ୍ଷ ସିମାଞ୍ଚଳ ସାସମଲ, ପୂଜା କମିଟି ସଦସ୍ୟ ଅନନ୍ତ ଜାଲ, ରବିନ୍ଦ୍ର ସାହୁ, ପ୍ରଦିପ କୁମାର ବେହେରା, ମୁନା ମହାରଣା ଉପଦେଷ୍ଟା କମିଟିର ସଦସ୍ୟ ବିଜୟ କୁମାର ସାସମଲଙ୍କ ସହ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ଫିରିଙ୍ଗିଆ ଅଞ୍ଚଳର ପୂଜକ ଜଗନ୍ନାଥ ପଣ୍ଡା ପୂଜକ ଭାବରେ କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ଫିରିଙ୍ଗିଆ ସହରର ବ୍ୟବସାୟୀ ବିଶ୍ୱଜିତ ସାହୁ ପୂଜା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ