ଚକାପାଦରେ ବିଜେଡ଼ିର ଜନସେଚତନତା ଅଭିଯାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକପାଦ  ବ୍ଳକ ବିଜେଡ଼ି ପକ୍ଷରୁ କରୋନା ମହାମାରୀ ପାଇଁ ଆବଶ୍ୟକ ସତର୍କତା ଓ ସଚେତନା କରାଇବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିରୁପାକ୍ଷ ମନ୍ଦିର ପ୍ରାଙ୍ଗଣରୁ ଏହି ଅବସରରେ ଏକ ଶୋଭାଯାତ୍ରା ବାହାରି ସମଗ୍ର ଚକାପାଦରେ ପରିକ୍ରମା କରିଥିଲେ। ବ୍ଳକ ବିଜେଡ଼ି ସଭାପତି ରାଜେଶ କୁମାର ଦିଗାଲଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ପ୍ରଭଂଜନ କହଁର, ବ୍ଳକ ବିଜେଡ଼ି ମହିଳା ସଭାନେତ୍ରୀ ପୁଷ୍ପଲତା ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷା ବୈନେତ୍ରୀ କହଁର, ବ୍ଳକ ବିଜେଡ଼ି ସଂପାଦକ ପ୍ରତାପ କିଶୋର ବେହେରାଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀମାନେ ଏଥିରେ ସାମିଲ୍‍ ହୋଇ ସଚେତନ କରିବା ସହିତ ମାସ୍କ ବାଣ୍ଟିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ