ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ

ଛତ୍ରପୁର: ଆସନ୍ତା ୨୮ତାରିଖ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଞ୍ଜାମ ଗସ୍ତରେ ଆସିବେ । ଗଂଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜକୁ । ଏଠାରେ ଆୟୋଜିତ ହେବାକୁ ଥିବା କଲର ପ୍ରେଜେନଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ବୁଧବାର ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଅବତରଣ କରିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ବାୟୁପ୍ରତିରକ୍ଷା କଲେଜକୁ ଯିବେ । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଠାରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ସହିତ ରାଷ୍ଟ୍ରପତିଙ୍କ ସହିତ ବାୟୁପ୍ରତିରକ୍ଷା କଲେଜକୁ ଗସ୍ତ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ରାସ୍ତା ସମ୍ପୂର୍ଣ୍ଣ ପୋଲିସ ନିୟନ୍ତ୍ରଣରେ ରହିବ । ରାଜ୍ୟ ପ୍ରଶାସନ ଦ୍ୱାରା ମନୋନୀତ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିପାରିବେ । ସର୍ବସାଧାରଣ ଯାତାୟତ ନିୟନ୍ତ୍ରଣ କରାଯିବ । କାର୍ଯ୍ୟକ୍ରମରେ କାର୍ଯ୍ୟରତ ପ୍ରତ୍ୟେକ ବ୍ୟକ୍ତିଙ୍କ ତାଲିକା ପୋଲିସକୁ ପ୍ରଦାନ କରାଯିବ । ଅବତରଣ ସ୍ଥଳରେ ଗଣମାଧ୍ୟମର ପ୍ରତିନିଧି ମାନେ କେବଳ କ୍ୟାମେରା ମାଧ୍ୟମରେ ଫୋଟ ଉତ୍ତୋଳନ କରିପାରିବେ । ଗଣମାଧ୍ୟମ ପାଇଁ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯିବ । ରଙ୍ଗେଲୁଣ୍ଡା ଏୟାରଷ୍ଟ୍ରିପ ମରାମତି କରାଯିବା ସହିତ ଯଥେଷ୍ଟ ପରିଷ୍କାର ପରିଛନ୍ନ କରିବାକୁ କୁହାଯାଇଛି । ଆର୍ମି କଲେଜ ପ୍ରବେଶ ଦ୍ୱାର ଠାରୁ କାର୍ଯ୍ୟକ୍ରମ ସ୍ଥଳୀ ପର୍ଯ୍ୟନ୍ତ ମହାମହିମଙ୍କ ଗସ୍ତ ସମ୍ପୂର୍ଣ୍ଣ ପ୍ରତିରକ୍ଷା କର୍ମକର୍ତ୍ତାଙ୍କ ନିୟନ୍ତ୍ରଣରେ ରହିବ । ବୈଠକରେ ବାୟୁ ପ୍ରତିରକ୍ଷା କଲେଜର କର୍ଣ୍ଣେଲ ସଂଜୟ ସାୟାଲ,ଆଡଜୁଟାଣ୍ଟ ଏସ.କେ.ଦୁବେ ,ବ୍ରହ୍ମପୁର ଏସପି ପିନାକ ମିଶ୍ର,ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ,ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଲ ପ୍ରିୟ ରଂଜନ ପୃଷ୍ଟି, ଅଧୀକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢୀ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ପାଣିଗ୍ରାହୀ,ଜିଲ୍ଲା ପରିବହନ ଅଧିକାରୀ ସଂଜୟ କୁମାର ବିଶ୍ୱାଳ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ