ଇଲେକ୍ଟ୍ରାନିକସିଗାରେଟ ନିଷେଧ ଅଧ୍ୟାଦେଶକୁକ୍ୟାବିନେଟମଞ୍ଜୁରି
ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ରମୋଦୀଙ୍କ ଅଧ୍ୟକ୍ଷତାରେକେନ୍ଦ୍ରକ୍ୟାବିନେଟଇଲେକ୍ଟ୍ରୋନିକସିଗାରେଟ (ଉତ୍ପାଦନ, ନିର୍ମାଣ, ଆମଦାନୀ, ରପ୍ତାନି, ପରିବହନ, ବିକ୍ରୟ, ବିତରଣ, ମହଜୁଦଏବଂବିଜ୍ଞାପନ) ନିଷେଧ ଅଧ୍ୟାଦେଶ, ୨୦୧୯ର ଘୋଷଣାକୁମଞ୍ଜୁରକରିଛନ୍ତି ।ଏହିମଞ୍ଜୁରି ଦେଶରସ୍ୱାସ୍ଥ୍ୟଏବଂକଲ୍ୟାଣକ୍ଷେତ୍ରରେ ଏକ ବୃହତ ପଦକ୍ଷେପ ବୋଲିକୁହାଯାଉଛି ।ଇଲେକ୍ଟ୍ରୋନିକସିଗାରେଟବ୍ୟାଟେରୀଯୁକ୍ତଉପକରଣହୋଇଥିବାବେଳେଏହାତରଳ ନିକୋଟିନକୁଗରମକରିଏରୋସୋଲଉତ୍ପନ୍ନକରିଥାଏ ।ସାଧାରଣସିଗାରେଟରେଏରୋସୋଲହେଉଛିଏକ ପ୍ରକାର ନିଶାଯୁକ୍ତ ପଦାର୍ଥ । ଇ-ସିଗାରେଟରେସମସ୍ତ ପ୍ରକାରରଇଲେକ୍ଟ୍ରୋନିକ ନିକୋଟିନ ଡେଲିଭରୀସିଷ୍ଟମ, ଜଳାଇବା ପରିବର୍ତେଗରମହେଉଥିବାଉତ୍ପାଦ, ଇ-ହୁକ୍କାଏବଂ ଅନୁରୂପ ଅନ୍ୟ ଉପକରଣ ମଧ୍ୟ ସାମିଲରହିଛି ।ଏପରି ନୂଆଉତ୍ପାଦ ଆକର୍ଷକ ତଥା ବିଭିନ୍ନସୁଗନ୍ଧଯୁକ୍ତହୋଇଥାନ୍ତି ।ଏହାରଉପଯୋଗ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେଲାଗିଛି ।ବିକଶିତ ଦେଶଗୁଡ଼ିକରେ,ବିଶେଷକରି ଯୁବକଏବଂଶିଶୁମାନଙ୍କଠାରେଏହା ଏକ ମହାମାରୀରରୂପ ନେଇଛି । କାର୍ଯ୍ୟାନ୍ୱୟନ ଅଧ୍ୟାଦେଶ ଘୋଷଣାହେବା ପରେ ଇ-ସିଗାରେଟରକୌଣସି ପ୍ରକାରଉତ୍ପାଦନ, ନିର୍ମାଣ, ଆମଦାନୀ, ରପ୍ତାନି, ପରିବହନ, ବିକ୍ରୟ (ଅନଲାଇନ ବିକ୍ରିସମେତ), ବିତରଣକିମ୍ବାବିଜ୍ଞାପନ (ଅନଲାଇନ ବିଜ୍ଞାପନ ସମେତ)କୁ ଏକ ଦଣ୍ଡନୀୟ ଅପରାଧ ଭାବେଗ୍ରହଣକରାଯିବ । ପ୍ରଥମ ଥର ଅପରାଧ କ୍ଷେତ୍ରରେ ଏକ ବର୍ଷଜେଲ ଦଣ୍ଡ କିମ୍ବା ୧ ଲକ୍ଷଟଙ୍କା ପର୍ଯ୍ୟନ୍ତ ଜୋରିମାନାଅଥବାଉଭୟ ଦଣ୍ଡ ବିଧାନ କରାଯିବ ।ପୁଣି ଥରେ ଅପରାଧ କରିବାଲାଗିତିନିବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ପାଂଚଲକ୍ଷଟଙ୍କା ପର୍ଯ୍ୟନ୍ତ ଜୋରିମାନାଲାଗୁହୋଇପାରେ ।ଇଲେକ୍ଟ୍ରୋନିକସିଗାରେଟମହଜୁଦ କରିରଖିବା ପାଇଁ ମଧ୍ୟ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଅଥବା ୫୦ ହଜାରଟଙ୍କାଜୋରିମାନାଅଥବାଉଭୟ ଦଣ୍ଡ ବିଧାନ କରାଯିବ । ଅଧ୍ୟାଦେଶ ଲାଗୁହେବାତାରିଖଠାରୁ ଇ-ସିଗାରେଟମହଜୁଦକାରୀମାନେସେମାନଙ୍କମହଜୁଦ ଉତ୍ପାଦ ସମ୍ପର୍କରେଘୋଷଣାକରି ନିକଟସ୍ଥପୁଲିସ ଥାନାରେଜମାକରିବାକୁହେବ । ପୁଲିସସବଇନ୍ସପେକ୍ଟରଙ୍କୁ ଅଧ୍ୟାଦେଶ ଅନ୍ତର୍ଗତକାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାଲାଗିକ୍ଷମତାପ୍ରାପ୍ତ ଅଧିକାରୀଭାବେନିର୍ଦ୍ଧାରିତକରାଯାଇଛି । ଅଧ୍ୟାଦେଶରବ୍ୟବସ୍ଥାକୁଲାଗୁକରିବାଲାଗିକେନ୍ଦ୍ରକିମ୍ବାରାଜ୍ୟସରକାରସମାନ ପାହ୍ୟାରକୌଣସି ଅଧିକାରୀଙ୍କୁକ୍ଷମତାପ୍ରାପ୍ତ ଅଧିକାରୀଭାବେ ନିଯୁକ୍ତକରିପାରିବେ ।


