ଇଣ୍ଡୋର ଷ୍କାଡିୟମର ସମୀକ୍ଷା କଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ଖେଳ ପଡ଼ିଆ ପରିସରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନ ଆସନ୍ତା ୨ ତାରିଖରେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଉଦଘାଟନ ହେବାକୁ ଥିବା ବେଳେ ଶନିବାର ସଂନ୍ଧ୍ଯାରେ ଏକ ଟାଟା ଏସି ଗାଡି ରେ ଉଦଘାଟନ ନିମନ୍ତେ ଆସଵା ପତ୍ର ଆସିଥିଲା ଈଣ୍ଡୋର ଷ୍ଟାଡିୟମ ରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ରବିନାରାୟଣ ପାଳ ଗେଟ ଖୋଲିଥିଲେ। ହଠାତ୍ ଗେଟଟି ଢଳି ରଵିଙ୍କ ଅଣ୍ଟା ଉପରେ ପଡ଼ି ଚାପିହୋଇଯାଇଥିଲେ। ରବି କଷ୍ଟ ଅନୁଭବ କରି ଚିତ୍କାର କରିଥିଲେ। ପଡ଼ିଆରେ ଖେଳୁଥିବା ଖେଳାଳି ମାନେ ଚିତ୍କାର ଶୁଣି ରବିଙ୍କୁ ଉଧ୍ୟାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ରେ ଭତି କରାଇ ଚିକିତ୍ସା କରିଥିଲେ। ରବିବାର ସଂପୃକ୍ତ ଖବର ପ୍ରକାଶନ ପରେ ରବିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତ କରି ଇନଡୋର ଷ୍ଟାଡିୟମ ବୁଲି ଦେଖିବା ସହ କାର୍ଯ୍ୟ ଶୈଳୀର ସମୀକ୍ଷା କରି ଫେରିଛନ୍ତି । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଠିକାଦାର ଲଳିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ତାଙ୍କରି, ଗତ ୨୩ ତାରିଖ ଶୁକ୍ରବାର ଦିନ କ୍ରୀଡ଼ା ଓ ଯୁବ ବ୍ୟାପାର ନିର୍ଦ୍ଦେଶକ ଆର. ଭିନିଲ କ୍ରୀଷ୍ଣା ହିଞ୍ଜିଳି ଗ୍ରସ୍ତ କରି ନବ ନିର୍ମିତ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନର ସମୀକ୍ଷା ଫେରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ କ୍ରୀଡ଼ା ଓ ଯୁବ ବ୍ୟାପାର ନିର୍ଦ୍ଦେଶକ ଆର. ଭିନିଲ କ୍ରୀଷ୍ଣା ଇନଡ଼ୋର ଷ୍ଟାଡ଼ିୟମ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟ ଶୈଳୀ ଓ ବ୍ୟବହାର କରାଯାଇଥିବା ବିଭିନ୍ନ ଉପକରଣର ମାନ ପରୀକ୍ଷା କରିଥିଲେ । ଗତ ୧୪ ଏପ୍ରିଲ ୨୦୧୭ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ହିଞ୍ଜିଳି ଗ୍ରସ୍ତରେ ଆସି କ୍ରୀଡ଼ାର ବିକାଶ ଓ ସ୍ଥାନୀୟ ଅଂଚଳର କ୍ରୀଡ଼ାବିତ୍‌ଙ୍କୁ ଅଧିକ ସୁଯୋଗ ପ୍ରଦାନ ଲକ୍ଷ୍ୟରେ ସ୍ଥାନୀୟ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ଖେଳ ପଡ଼ିଆ ପରିସରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନ ନିର୍ମାଣ ସକାଶେ ଭିତପ୍ରସ୍ତର ସ୍ଥାପନ କରିଥିଲେ । ଭିତ୍ତିପ୍ରସ୍ଥର ସ୍ଥାପନର ଦୀର୍ଘ ଅଢେଇ ବର୍ଷ ବ୍ୟବଧାନ ପରେ ଉଦଘାଟନ ସୋମବାର ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ