ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ  କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଳକର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ କେନ୍ଦ୍ରୀୟ ରିଜର୍ଭ ପୋଲିସ (ସିଆରପିଏଫ)ର ୧୨୭ ବାଟାଲିୟନ କମାଣ୍ଡେଣ୍ଟ ଆନନ୍ଦ ଝା ଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଏହି ଦିବସରେ  କମାଣ୍ଡେଣ୍ଟଙ୍କ ସମେତ ଯବାନ ମାନେ ପ୍ରମୁଖ ଉପସ୍ଥିତ ରହି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ପରେପରେ ଯବାନ ମାନଙ୍କ ଦ୍ୱାରା ଭବ୍ୟ ମାର୍ଚ୍ଚଫାଷ୍ଟ କରିବା ପରେ ଶପଥ ପାଠ କରିଥିଲେ । ଏଥିରେ ସିଆରପିଏଫ ୧୨୭ ବାଟାଲିୟନର ସମସ୍ତ ଅଧିକାରୀ ଓ ଯବାନ ମାନେ ଉପସ୍ଥିତ ରହି ରାଷ୍ଟ୍ର ବିରୁଦ୍ଧ କାର୍ଯ୍ୟ କରୁଥିବା ଶକ୍ତି ତଥା ଆତଙ୍କବାଦୀ, ଦେଶର ପ୍ରଗତିପଥରେ ବାଧା ସୃଷ୍ଟି କରୁଥିବା ସମସ୍ତ ଶକ୍ତି ବିରୁଦ୍ଧରେ ସ୍ୱର ଉତୋଳନ କରିବା ସହିତ ଆମ ଦେଶର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏହି ଦିବସରେ ଶପଥ ପାଠ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ