ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ଆଶୁତୋଷ କୁମାର ସିଓ ବ୍ଲକ ଟପ୍ପର

​ରାଇକିଆ, (ଆଦିତ୍ୟ ପ୍ରସାଦ ପାଢ଼ୀ): ଆଜି ଅପରାହ୍ନରେ ସିବିଏଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଅବସ୍ଥିତ ସିବିଏଇ ଦ୍ୱାରା ପରିଚାଳିତ ଗୋଟିଏ ବିଦ୍ୟାଳୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀରେ ଚଳିତ ବର୍ଷ ବିଦ୍ୟାଳୟର ସମୁଦାୟ ୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଶ୍ରେଣୀର ପାସ୍ ହାର ୫୦% ରହିଛି। ​ବିଦ୍ୟାଳୟର ଶିକ୍ଷାର୍ଥୀମାନେ ଉତ୍ସାହଜନକ ପ୍ରଦର୍ଶନ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ​ଆଶୁତୋଷ କୁମାର ସିଓ ୭୭% ନମ୍ବର ରଖି ବିଦ୍ୟାଳୟ ତଥା ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ​ଅନୁରୂପା ପ୍ରଧାନ ୭୪% ନମ୍ବର ସହ ଦ୍ୱିତୀୟ ସ୍ଥାନ, ​ସନ୍ଧ୍ୟା ରାଣୀ ପ୍ରଧାନ।୭୧.୮% ନମ୍ବର ରଖି ତୃତୀୟ ସ୍ଥାନ ଏବଂ ​ଅମିତ କୁମାର ମଲ୍ଲିକ ୭୧.୨% ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ​ପରୀକ୍ଷା ଦେଇଥିବା ପିଲାଙ୍କ ମଧ୍ୟରୁ ୪ ଜଣ ଛାତ୍ରଛାତ୍ରୀ ୭୦% ରୁ ଅଧିକ ନମ୍ବର ରଖିଥିବା ବେଳେ, ୧୨ ଜଣ ଛାତ୍ରଛାତ୍ରୀ ୬୦% ରୁ ୬୯% ମଧ୍ୟରେ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ​ବିଦ୍ୟାଳୟର ଏହି ସଫଳତା ପାଇଁ ଅଧ୍ୟକ୍ଷ ସମସ୍ତ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତା ପଛରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିରନ୍ତର ପ୍ରୟାସ ଓ ଅଭିଭାବକମାନଙ୍କ ସହଯୋଗ ରହିଥିବା ସେ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ବିଦ୍ୟାଳୟର ଫଳାଫଳରେ ଆହୁରି ଉନ୍ନତି ଆସିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ