ଦୁର୍ଘଟଣାରେ ଜଣେ ଗୁୁରୁତର
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା); ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର କହରାପୋଖରୀ ଶତସଙ୍ଗ ବିହାର ନିକଟରେ କାଲି ସନ୍ଧ୍ୟାବେଳେ ଏକ ମୋଟର ସାଇକେଲ ଗୋଟିଏ ସାଇକେଲକୁ ଧକ୍କା ଦେବା ଫଳରେ ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ଅସୁରାଳି ଆନନ୍ଦବଜାର ଅଞ୍ଚଳର ଶିବ ମୁଣ୍ଡା(୩୨) ଏକ ସାଇକେଲରେ ଶ୍ୱଶୂର ଘର କହରାପୋଖରୀକୁ ଆସୁଥିଲେ । ଶତସଙ୍ଗ ବିହାର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ମୋଟରସାଇକେଲ ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଦମକଳ ବାହିନୀ ଶିବକୁ ଆଣି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପହଞ୍ଚାଇବା ପରେ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ଭଦ୍ରକ ପଠାଇଦିଆଯାଇଛି । ଶିବଙ୍କର ଶରୀର କ୍ଷତବିକ୍ଷତ ହୋଇଥିବା ବେଳେ ଡାହାଣଗୋଡ ଭାଙ୍ଗିଥିବା ସୂଚନା ମିଳିଛି ।


